28.1 C
Bhubaneswar
Thursday, September 19, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି ; ଛୁଆ ଓ ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ବାମୀ

ପାରିବାରିକ କଳହର କରୁଣ ପରିଣତି ; ଛୁଆ ଓ ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ବାମୀ

ପାଟନା : ପତ୍ନୀ ସହ ପାରିବାରିକ କଳହ କାରଣରୁ ଉତ୍ତେଜିତ ହୋଇ ହିତାହିତ ଜ୍ଞାନ ଭୁଲିଗଲା ଯୁବକ । ନିଜର ୨ ସନ୍ତାନଙ୍କ ସହ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କଲା । ହତ୍ୟାର ଶିକାର ହୋଇଥିବା ୨ ଶିଶୁଙ୍କ ମଧ୍ୟରେ ଜଣେ ୧୦ମାସର ନିଷ୍ପାପ ଶିଶୁପୁତ୍ର ମଧ୍ୟ ରହିଛି । ବିହାରର ଆରାହରେ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ଫେରାର ହୋଇଯାଇଥିବା ଅଭିଯୁକ୍ତ ଯୁବକକୁ ମଧ୍ୟ ଗିରଫ କରିଛି । ଘଟଣାଟି ଆଜିମାବାଦ ପୋଲିସ ଷ୍ଟେସନ ଅଧୀନ ଏକ ଗ୍ରାମରେ ଘଟିଛି । ଅଭିଯୁକ୍ତର ନାମ ଲାଲୁ ଯାଦବ । ସେ ପତ୍ନୀଙ୍କ ସହ ଘରୋଇ କାରଣରୁ ଝଗଡା କରିବା ପରେ ଏପରି ନାରକୀୟ କାଣ୍ଡ ଘଟାଇଛି । ନିଜର ୧୦ ମାସର ଶିଶୁପୁତ୍ର ଓ ୮ ବର୍ଷୀୟ ଝିଅ ସମେତ ପତ୍ନୀ ସୋନିଆ କୁମାରୀଙ୍କୁ ସେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ସମସ୍ତଙ୍କ ଗଳା କାଟି ଦେଇଥିଲା ଅଭିଯୁକ୍ତ । ଫଳରେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ ମହିଳା ୩୫ ବର୍ଷିୟା ପତ୍ନୀ ସୀମା ଦେବୀ ଭାବେ ଚିହ୍ନଟ ହୋଇଥିବା ବେଳେ ୨ ଶିଶୁଙ୍କ ମଧ୍ୟରେ ୮ ବର୍ଷୀୟା ନାବାଳିକା କନ୍ୟା ସୌମ୍ୟା କୁମାରୀ ଏବଂ ୧୦ ମାସର ଏକ ଶିଶୁ ପୁତ୍ର ରହିଛି । ତେବେ ହତ୍ୟାକାଣ୍ଡକୁ ରୂପ ଦେବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା । ହେଲେ ସ୍ଥାନୀୟ ଲୋକଙ୍କଠାରୁ ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ତାକୁ ପ୍ରାଥମିକ ଜେରା ପରେ ପୋଲିସ କୋର୍ଟ ଚାଲାଣ କରିଛି । ପୋଲିସ ମୃତଦେହକୁ ସଦର ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ତେବେ ଅଭିଯୁକ୍ତ ସହ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ଜେରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking