17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ର‌ଦେଶର ମେରଠରେ ଘଟିଛି ଲୋମଟାଙ୍କୁରା ଘଟଣା । ଜଣେ ୮୫ବର୍ଷୀୟ ବୃଦ୍ଧ ରାସ୍ତାରେ ଯାଉଥିବା ବେଳେ ହଠାତ ସେ ଏକ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ବୃଦ୍ଧଙ୍କ ଘଟଣାସ୍ଥଳରେ ହିଁ ଆଖିପିଛୁଳାକେ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ ବୃଦ୍ଧଙ୍କ ନାମ କୃପାଳ ସିଂହ ବୟସ ୮୫ବର୍ଷ ବୋଲି ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ବୃଦ୍ଧ କୃପାଳ କୌଣସି କାମରେ ରାସ୍ତାରେ ଚାଲିଚାଲି ଯାଉଛନ୍ତି। ଏତିକି ବେଳେ ତାଙ୍କ ଡାହାଣପାର୍ଶ୍ବରେ ଥିବା ଏକ ଷଣ୍ଢ ବୃଦ୍ଧଙ୍କୁ ଶିଙ୍ଘରେ ଭୁଷି ଦେବା ସହିତ ତାଙ୍କୁ ରାସ୍ତାରେ ଉଠାଇ କଚାଡ଼ି ଦେଇଥିଲା। ଷଣ୍ଢର ଏହି ଆକ୍ରମଣ‌ରେ ବୃଦ୍ଧଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଯେଉଁ କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର କୃପାଳ ସିଂହଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ପଶୁଧରାଳି ଟିମକୁ ଫୋନ କରିବା ପରେ ସେମାନେ ଉକ୍ତ ଷଣ୍ଢକୁ ଉକ୍ତ ସ୍ଥାନରୁ କାବୁ କରି ଏକ ନିଛାଟିଆ ସ୍ଥାନରେ ଛାଡ଼ି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking