21.1 C
Bhubaneswar
Tuesday, February 3, 2026
Homeଅପରାଧସର୍ବ ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା

ସର୍ବ ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା

ପଞ୍ଜାବ : ପଞ୍ଜାବ ପଟିଆଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ବଜାରରେ ସର୍ବସମ୍ମୁଖରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଚଳନ୍ତା ବାଇକରେ କିଛି ବାଟ ଘୋଷାଡି ନେବା ପରେ ଛାତିରେ ଛୁରୀ ଭୁଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜରେ ଦେଖା ଯାଉଛି ଯେ, ମୃତ କରଣ ଏକ ବାଇକରେ ଯାଉଛନ୍ତି। ଏହି ସମୟରେ ତିନି ଜଣ ଯୁବକ ଅନ୍ୟ ଏକ ବାଇକରେ ଆସି ତାଙ୍କୁ ଘୋଷାଡ଼ି ନେଇ ତଳେ ପକାଇ ଦେଉଛନ୍ତି। ଏହାପରେ ସେମାନେ ବାଇକରୁ ଓହ୍ଲାଇ କରଣଙ୍କୁ ଆକ୍ରମଣ କରୁଛନ୍ତି।ଏତିକିରେ ମନ ବୁଝିନଥିଲା ଯେ, କରଣଙ୍କ ଛାତିକୁ ବାରମ୍ବାର ଧାରୁଆ ଛୁରୀରେ ଆକ୍ରମଣ କରି ଫେରାର୍ ହୋଇ ଯାଇଥିଲେ। କିଛି ଲୋକ କରଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କ ଜୀବନ ଚାଲିଯାଇଛି। ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ କହିଛି ଯେ, କରଣ ବାବୁ ସିଂ କଲୋନୀରେ ଥିବା ତାଙ୍କ ଘରକୁ ଯିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତଙ୍କ ପରିଚୟ ମିଳିଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହୋଇ ଥାିପାରେ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking