19.1 C
Bhubaneswar
Wednesday, January 15, 2025
Homeଓଡିଶାସୁଭଦ୍ରା ଯୋଜନାର ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ

ସୁଭଦ୍ରା ଯୋଜନାର ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ

ଭୁବନେଶ୍ୱର : ସୁଭଦ୍ରା ଯୋଜନାର ପଞ୍ଜୀକରଣ ଲାଗି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଶେଷ ହିତାଧିକାରୀ ପର୍ୟ୍ୟନ୍ତ ଏହି ଯୋଜନାରେ ପଞ୍ଜୀକରଣ ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ପରିଡ଼ା ରାଜ୍ୟବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ପରିଡ଼ା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଧୈର୍ୟ୍ୟ ରଖନ୍ତୁ, ଶୀଘ୍ର ସୁଭଦ୍ରା ସମସ୍ତଙ୍କ ନିକଟରେ ପହଞ୍ଚିବ। ଏହାର ସମୟସୀମା ନାହିଁ। ଲମ୍ବାଧାଡ଼ିରେ ରହିବାରୁ ନିବୃତ୍ତ ରୁହନ୍ତୁ। ସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ପ୍ରତି ମହିଳାଙ୍କ ସ୍ୱପ୍ନ ପୂରଣ କରିବା ସୁଭଦ୍ରା ଯୋଜନାର ମୂଳ ଉଦେ୍ଧଶ୍ୟ । ମହିଳାଙ୍କ ଆକାକ୍ଷାଂ ପୂରଣ କରିବାରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ସେହିପରି ଏହି ସଚେତନତା ରଥ ପ୍ରତି ଅଞ୍ଚଳକୁ ଯିବା ସହ  ମା’ ଭଉଣୀଙ୍କୁ ସଚେତନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଯେ ଭୁବନେଶ୍ୱରସ୍ଥ ଗାନ୍ଧୀମାର୍ଗରେ ମୁଖ୍ୟମନ୍ତ୍ରୀ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି । ରାଜ୍ୟବ୍ୟାପୀ ଗାଁ ଠୁ ସହର ଏହି ସଚେତନତା ରଥ ବୁଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking