14.1 C
Bhubaneswar
Tuesday, January 13, 2026
Homeଓଡିଶାପୁଣି କୋଟରେ ଗଲା ଆଉ ଏକ ଜୀବନ

ପୁଣି କୋଟରେ ଗଲା ଆଉ ଏକ ଜୀବନ

କୋଟା : ପୁଣି କୋଟରେ ଗଲା ଆଉ ଏକ ଜୀବନ । ରାଜସ୍ଥାନର କୋଚିଂ ହବ୍‌ କୁହାଯାଉଥିବା କୋଟାରେ ପୁଣି ଜଣେ ଛାତ୍ର ଜୀବନ ହାରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ହେଉଛି। ଉଚ୍ଚଶିକ୍ଷା ପାଇଁ କୋଟା ଯାଉଥିବା ଛାତ୍ରମାନଙ୍କର ଅଭିଭାବକ ମହଲରେ ଚିନ୍ତା ପ୍ରକଟ ଦେଖାଯାଇଛି। କାରଣ ଚଳିତ ବର୍ଷ ଚଳିତ ବର୍ଷ ଲଗାତାର ଅନେକ ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି। ଏହି କ୍ରମରେ ଗୁରୁବାର ଦିନ ଜଣେ ଛାତ୍ର ଏଭଳି ଖରାପ ପଦକ୍ଷେପ ନେଇଛନ୍ତି। ଜବାହର ନଗର ଥାନା ଅଞ୍ଚଳରେ ରହି ନିଟ୍‌ ପରୀକ୍ଷା ପ୍ରସ୍ତୁତ କରୁଥିବା ୨୧ ବର୍ଷୀୟ ଛାତ୍ର ନିଜର କୋଠରୀରେ ପଙ୍ଖାରେ ଦଉଡ଼ି ଦେଇ ଜୀବନ ହାରିଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ ଚଳିତ ବର୍ଷ ଏହା ୧୫ତମ ଘଟଣା। ଗତବର୍ଷ ଏହି ସଂଖ୍ୟା ୨୯ ଥିଲା।
ପୁଲିସ କହିଛି ମୃତକ ହେଲେ ପରଶୁରାମ। ସେ ୭ଦିନ ପୂର୍ବରୁ ଉତ୍ତର ପ୍ରଦେଶର ବରସାନା ମଥୁରାରୁ ଆସି କୋଟାରେ‌ କୋଚିଂରେ ନାମ ଲେଖାଇଥିଲା। କୁହାଯାଉଛି ଯେ, ବୁଧବାର ରାତି ସାଢ଼େ ୧୧ଟାରେ ସେ କୋଠରୀରେ ଦଉଡ଼ି ଦେଇ ଜୀବନ ହାରିଛି। ଜବାହର ନଗର ଥାନାର ସବ୍‌ ଇନ୍ସପେକ୍ଟର ଗୋପାଳ ଲାଲ ବୈରବା କହିଛନ୍ତି, ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୁଲିସ ଏହି ମାମଲାରେ ମୃତ ଛାତ୍ରଙ୍କ ସଂପର୍କୀୟଙ୍କୁ ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking