27.1 C
Bhubaneswar
Wednesday, February 4, 2026
Homeଅପରାଧବଡ଼ ଭାଇକୁ ଭୁଜାଲିରେ ହାଣିଲା ସାନ ଭାଇ

ବଡ଼ ଭାଇକୁ ଭୁଜାଲିରେ ହାଣିଲା ସାନ ଭାଇ

ପୁରୀ : ବଡ଼ ଭାଇକୁ ଭୁଜାଲିରେ ହାଣିଲା ସାନ ଭାଇ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାୟ ପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ ସୁରେଶ ଜେନାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ କର୍ଣ୍ଣ ଜେନାଙ୍କୁ ପଚରାଉଚରା କରୁଛି। ଗତକାଲି ରାତିରେ ସୁରେଶ ଓ ତାଙ୍କ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ସମୟରେ କର୍ଣ୍ଣ ଆସି ସୁରେଶଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରିବାର ଲୋକେ ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରତ ପ୍ରଥମେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ସୁରେଶଙ୍କ ପରିବାର ଲୋକେ କର୍ଣ୍ଣଙ୍କ ନାଁରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking