33.1 C
Bhubaneswar
Monday, March 30, 2026
Homeଦେଶ ବିଦେଶବିମାନକୁ ମିଳିଲା ବୋମା ଧମକ ; ଯାତ୍ରୀ ଆତଙ୍କିତ

ବିମାନକୁ ମିଳିଲା ବୋମା ଧମକ ; ଯାତ୍ରୀ ଆତଙ୍କିତ

ନୂଆଦିଲ୍ଲୀ : ଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ବେଳେ ଏକ ବିମାନକୁ ସେଥିରେ ବୋମା ରଖାଯାଇଥିବା ନେଇ ଧମକ ଆସିଛି। ବିମାନଟି ମଝି ଆକାଶରେ ଥିବା ବେଳେ ବୋମା ଥିବା ଖବର ପ୍ରଚାରିତ ହେବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ବିଶାଖାପାଟଣା ଏୟାରପୋର୍ଟ ଡାଇରେକ୍ଟର ଏସ୍‌ ରାଜା ରେଡ୍ଡିଙ୍କ ସୂଚନା ଅନୁଯାୟୀ, ୧୦୭ ଯାତ୍ରୀଙ୍କୁ ନେଇ ବିମାନଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ସେଥିରେ ବୋମା ଥିବା ନେଇ ଦିଲ୍ଲୀ ପୁଲିସ୍‌ ପାଖକୁ ଏକ କଲ୍‌ ଆସିଥିଲା। ପୁଲିସ୍‌ ତୁରନ୍ତ ଏହି ଖବର ଏୟାରଲାଇନ୍ସ ଓ ବିଶାଖାପାଟଣା ଏୟାରପୋର୍ଟକୁ ଦେଇଥିଲା। ଏହାପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସଙ୍ଗେସଙ୍ଗେ ସମସ୍ତ ଯାତ୍ରୀଙ୍କୁ ବାହାର କରି ବିମାନଟିକୁ ତନ ତନ କରି ଯାଞ୍ଚ କରାଯାଇଥିଲା। ମାତ୍ର ବିମାନରୁ କୌଣସି ବମ୍‌ ମିଳି ନ ଥିଲା। ଏହାପରେ ବିମାନଟି ଗତ ରାତିରେ ଲକ୍ଷ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking