22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶନିଜକୁ ନିର୍ଦ୍ଦୋଷ କହିଚାଲିଛି ସଞ୍ଜୟ; ତେବେ ଅସଲ ଦୋଷୀ କିଏ?

ନିଜକୁ ନିର୍ଦ୍ଦୋଷ କହିଚାଲିଛି ସଞ୍ଜୟ; ତେବେ ଅସଲ ଦୋଷୀ କିଏ?

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି କହିବା ଜାରି ରଖିଛି । ସୋମବାର ଜେଲ୍ ପରିସରରେ ସେ ନିଜ ଓକିଲ କବିତା ସରକାରଙ୍କୁ ଭେଟିବା ଅବସରରେ କହିଛି ଯେ, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ତାକୁ ଏହି ଘଟଣାରେ ଫସାଇ ଦିଆଯାଇଛି । ଘଟଣା ଦିନ (ଅଗଷ୍ଟ ୯ ତାରିଖ) ସେ ହସ୍ପିଟାଲର ଉକ୍ତ କନଫରେନ୍ସ ହଲ୍‌କୁ ଯାଇଥିଲା ସତ କିନ୍ତୁ ସେଠାରେ ପୂର୍ବରୁ ହିଁ ଡାକ୍ତରାଣୀଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିରହିଥିଲା ।

ସେ ଏସବୁକୁ ଦେଖି ଭୟରେ ସେଠାରୁ ପଳାଇଯାଇଥିଲା । ମୃତଦେହ ଦେଖିବା ପରେ ମଧ୍ୟ ସେ ହସ୍ପିଟାଲର କାହାକୁ କିମ୍ବା ପୁଲିସ୍‌କୁ କ’ଣ ପାଇଁ ସୂଚୀତ କରିନଥିଲା ସେସମ୍ପର୍କରେ କବିତା ସରକାର ତାକୁ ପଚାରିବାରୁ ସଞ୍ଜୟ କହିଛି ଯେ, ସେ ମୃତଦେହ ଦେଖି ଏତେମାତ୍ରାରେ ଭୟଭୀତ ହୋଇପଡିଥିଲା ଯେ, କ’ଣ କରିବ ନ’କରିବ ସେ ବୁଝିପାରିନଥିଲା । ସମସ୍ତେ ତା’କୁ ହିଁ ସନ୍ଦେହ କରିବେ ଏବଂ କେହି ତା’ କଥାକୁ ବିଶ୍ୱାସ କରିବେନି ବୋଲି ସେ ଭାବିଥିଲା । କେବଳ ଏହି କାରଣରୁ ସେ କାହାକୁ କିଛି ନକହି ହସ୍ପିଟାଲ ବାହାରକୁ ଚାଲିଆସିଥିଲା ।

ପ୍ରକାଶ, ଗିରଫ ହେବାର କିଛି ଦିନ ପର ଠାରୁ ହିଁ ସଞ୍ଜୟ ନିଜକୁ ନିର୍ଦ୍ଦୋଷ ବୋଲି କହିଆସୁଛି । ଏପରିକି ପଲିଗ୍ରାଫ ପରୀକ୍ଷାରେ ମଧ୍ୟ ସଞ୍ଜୟଙ୍କୁ ପଚରାଯାଇଥିବା ୧୦ ପ୍ରଶ୍ନ ମଧ୍ୟରେ ସେ ଡାକ୍ତରାଣୀଙ୍କୁ ହତ୍ୟା କରିନଥିବା ସ୍ପଷ୍ଟ କରିସାରିଛି । କିନ୍ତୁ ଏବେ ପ୍ରଶ୍ନ ହେଉଛି ଯେ, ଯଦି ସଞ୍ଜୟ ଏହି ଘଟଣାର ମୁଖ୍ୟ ଅପରାଧୀ ନୁହେଁ ତେବେ ପ୍ରକୃତ ଦୋଷୀ କିଏ? ଏସବୁ ମଧ୍ୟରେ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିବା ସିବିଆଇ ଆଜି ମଧ୍ୟ ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜର କ୍ରାଇମ୍ ସ୍ପଷ୍ଟରେ ଯାଞ୍ଚ୍ କରିଥିବା ଜାଣିବାକୁ ମିଳିଛି । ସୂଚନାଯୋଗ୍ୟ, ସଞ୍ଜୟ ବିରୋଧରେ ଅନେକ ପ୍ରମାଣ ରହିଛି । ପୂର୍ବରୁ ମିଳିଥିବା ଏସବୁ ପ୍ରମାଣ ଆଧାରରେ ସଞ୍ଜୟକୁ ମୁଖ୍ୟ ଅପରାଧୀ ଭାବେ ଗିରଫ ମଧ୍ୟ କରାଯାଇଛି । କିନ୍ତୁ ଏବେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking