22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶକର୍ମକ୍ଷେତ୍ରରେ ମହିଳାଙ୍କୁ ମିଳିବ ସୁରକ୍ଷା; ଖୋଲିଲା ଶି-ବକ୍ସ ପୋର୍ଟାଲ

କର୍ମକ୍ଷେତ୍ରରେ ମହିଳାଙ୍କୁ ମିଳିବ ସୁରକ୍ଷା; ଖୋଲିଲା ଶି-ବକ୍ସ ପୋର୍ଟାଲ

ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ଦେଶରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ, ହିଂସା ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ (ଡବ୍ଲ୍ୟୁସିଡି) ପକ୍ଷରୁ ଏକ ନୂଆ ସେକ୍ସୁଆଲ୍ ହାରାସମେଣ୍ଟ ଇଲେକ୍ଟ୍ରୋନିକ୍ ବକ୍ସ (ଶି-ବକ୍ସ) ପୋର୍ଟାଲ ଆରମ୍ଭ କରାଯାଇଛି । ଗୁରୁବାର ଦିନ ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ । ଏହି ପୋର୍ଟାଲ ଦେଶର ସମସ୍ତ ମହିଳା ହିତାଧିକାରୀମାନଙ୍କ ପାଇଁ ଏକ ନିରାପଦ ଏବଂ ଅନ୍ତର୍ଭୂକ୍ତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ।

ଡବ୍ଲ୍ୟୁସିଡି ମନ୍ତ୍ରଣାଳୟ ଅନୁସାରେ ଶି-ବକ୍ସ ପୋର୍ଟାଲ ସମସ୍ତ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଆଭ୍ୟନ୍ତରୀଣ କମିଟି ଏବଂ ସ୍ଥାନୀୟ କମିଟିର ସୂଚନାର ଏକ କେନ୍ଦ୍ରୀୟ ଭଣ୍ଡାର । ଏହା ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ସମସ୍ତ ମହିଳା ସେମାନଙ୍କର ଯୌନ ଉତ୍ପୀଡ଼ନ ଅଭିଯୋଗ ପଞ୍ଜିକରଣ କରିପାରିବେ ଏବଂ ସେମାନଙ୍କ ସ୍ଥିତି ଉପରେ ନଜର ରଖିପାରିବେ । କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହେଉଥିବା ସମସ୍ତ ମହିଳା, ସଂଗଠିତ କିମ୍ବା ଅସଂଗଠିତ, ବେସରକାରୀ କ୍ଷେତ୍ର କିମ୍ବା ସାର୍ବଜନୀନ କ୍ଷେତ୍ର, ଏହି ଅଭିଯୋଗକୁ ପଞ୍ଜୀକୃତ କରିପାରିବେ ଏବଂ ଏହି ପୋର୍ଟାଲ ବ୍ୟବହାର କରି ଏହାର ସ୍ଥିତିକୁ ଟ୍ରାକ୍ କରିପାରିବେ । ଅଭିଯୋଗ ପଞ୍ଜୀକୃତ ହେବା ମାତ୍ରେ ଏହା ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ପହଞ୍ଚିବ । ପୋର୍ଟାଲରେ ଏକ ନିର୍ଦ୍ଦିଷ୍ଟ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ ଅଭିଯୋଗର ରିଅଲ-ଟାଇମ ମନିଟରିଂ ପାଇଁ ଏକ ସୁନିଶ୍ଚିତ ଅଭିଯୋଗର ସମାଧାନ ପ୍ରକ୍ରିୟା ମଧ୍ୟ ପ୍ରଦାନ କରାଯାଇଛି ।

କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗର ସମାଧାନ ପାଇଁ ଏପ୍ରକାର ଏକ ଅଭିନବ ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିବା ସହ ଏହାକୁ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି । ନୂତନ ଶି-ବକ୍ସ ପୋର୍ଟାଲ ୨୦୧୩ର କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା (ପ୍ରତିରୋଧ, ନିଷେଧାଦେଶ ଏବଂ ପୁନଃ ନିର୍ମାଣ) ଅଧିନିୟମ ଉପରେ ଆଧାରିତ, ଯାହା ମହିଳାମାନଙ୍କୁ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନରୁ ରକ୍ଷା କରିବା ଏବଂ ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ଡିଜାଇନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପୋର୍ଟାଲରେ ଅଭିଯୋଗ ଦାଖଲ କରିବାବେଳେ, ଆପଣଙ୍କର ବ୍ୟକ୍ତିଗତ ସୂଚନା ସର୍ବସାଧାରଣରେ ଉପଲବ୍ଧ ହେବ ନାହିଁ । ଶି-ବକ୍ସ ପୋର୍ଟାଲ ଏବଂ ମନ୍ତ୍ରଣାଳୟର ନୂଆ ୱେବ୍‌ସାଇଟ୍ ଗ୍ଦଷରଭକ୍ଟଙ୍ଘ.ଙ୍ଗମୟ.ଶକ୍ଟଙ୍ଖ.ସଦ୍ଭ ଏବଂ ଙ୍ଗମୟ.ଶକ୍ଟଙ୍ଖ.ସଦ୍ଭ ସମସ୍ତ ସୂଚନା ଉପଲବ୍ଧ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking