24.1 C
Bhubaneswar
Tuesday, February 10, 2026
Homeଓଡିଶାନିର୍ମାଣାଧୀନ କୋଠା ଘରୁ ପଡିଗଲେ ସାମ୍ବାଦିକ ; ଚାଲିଗଲା ଜୀବନ

ନିର୍ମାଣାଧୀନ କୋଠା ଘରୁ ପଡିଗଲେ ସାମ୍ବାଦିକ ; ଚାଲିଗଲା ଜୀବନ

ନୂଆଦିଲ୍ଲୀ : ସାମ୍ବାଦିକତା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଗଣମାଧ୍ୟମ ଜଗତରେ ଶୋକରଛାୟା ଖେଳି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସାମ୍ବାଦିକ ଉପାଧ୍ୟାୟଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଏହି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେ ଯାଞ୍ଚ କରୁଥିଲେ। ଏହି ସମୟରେ ଉପାଧ୍ୟାୟ ଭାରସାମ୍ୟ ହରାଇ ହଠାତ ଘରର ଚତୁର୍ଥ ମହଲାରୁ ଦ୍ବିତୀୟ ମହଲାକୁ ଖସି ପଡ଼ିଥିଲେ। ପରିବାରଲୋକ ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଇଣ୍ଡିୟାନ ସ୍ପାଇନାଲ ସେଣ୍ଟରରେ ଭର୍ତ୍ତି କରିଥିଲେ ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉମେଶ ଉପାଧ୍ୟାୟଙ୍କ ମୁଣ୍ଡ, ଗୋଡ଼ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ସାମ୍ବାଦିକ ଉମେଶ ଉପାଧ୍ୟାୟ ଟେଲିଭିଜନ୍, ପ୍ରିଣ୍ଟ୍, ରେଡିଓ ଏବଂ ଡିଜିଟାଲ୍ ମିଡିଆରେ ଚାରି ଦଶନ୍ଧି ଧରି କାମ କରିଛନ୍ତି। ସେ ତାଙ୍କ ସାମ୍ବାଦିକତା ଜୀବନ ଭିତରେ ଅନେକ ଅଗ୍ରଣୀ ମିଡିଆ ସଂସ୍ଥାଗୁଡ଼ିକରେ କାମ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଖବର କିପରି ସଂଗ୍ରହ କରିବାକୁ ହୋଇଥାଏ। ଲୋକଙ୍କ ପାଖରେ କିଭଳି ନିର୍ଭୁଲ ଓ ସତ୍ୟ ଖବର ପହଞ୍ଚିବ ସେ ଦିଗରେ ଉମେଶ ଉପାଧ୍ୟାୟ ସର୍ବଦା ତତ୍ପର ଥାଆନ୍ତି। ତାଙ୍କର ଏଭଳି ମୃତ୍ୟୁ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking