ଭୁବନେଶ୍ୱର : ସୋମବାର ବିଧାନସଭାରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରବଳ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି । ପୁଣି ଉଠିଲା ସୁଭଦ୍ରା ଯୋଜନା ପ୍ରସଙ୍ଗ । ଯାହାକୁ ପାଇଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଆଜି ପ୍ରଥମେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟ ସୁଭଦ୍ରା ଯୋଜନାକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ବାଚସ୍ପତି ପ୍ରଥମେ ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ୧୧.୩୦ ପରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା । ତେବେ ବିରୋଧୀ ସଦସ୍ୟ ପୁଣି ହଟ୍ଟଗୋଳ କରିବାକୁ ବାଚସ୍ପତିପୁଣି ଦିନ ୧୨ଟା ୫ ଯାଏଁ ମୁଲତବୀ କରିଥିଲେ । ପୁଣି ୧୨ଟା ୫ରୁ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ବିରୋଧୀ ସୁଭଦ୍ରା ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା କରିଥିଲେ ଫଳରେ ଗୃହକୁ ୧ଟା ୫ ଯାଏଁ ମୁଲତବୀ କରିଥିଲେ ।










