25.9 C
Bhubaneswar
Monday, April 6, 2026
Homeଖେଳରାୱଲପିଣ୍ଡି ଟେଷ୍ଟ: ମେହଦୀ ହସନ୍‌ଙ୍କୁ ୫ ୱିକେଟ୍‌; ପାକିସ୍ତାନ ପ୍ରଥମ ଇନିଂସ୍ ୨୭୪ରେ ଶେଷ

ରାୱଲପିଣ୍ଡି ଟେଷ୍ଟ: ମେହଦୀ ହସନ୍‌ଙ୍କୁ ୫ ୱିକେଟ୍‌; ପାକିସ୍ତାନ ପ୍ରଥମ ଇନିଂସ୍ ୨୭୪ରେ ଶେଷ

ରାୱଲପିଣ୍ଡି: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର ପ୍ରଥମ ଇନିଂସ୍‌ରେ ପାକିସ୍ତାନ ୨୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଛି। ଜବାବରେ ବାଂଲାଦେଶ ଦିନର ଖେଳ ଶେଷ ବେଳକୁ କୌଣସି ୱିକେଟ୍ ନହରାଇ ୧୦ ରନ୍ କରିଛି। ରାୱଲପିଣ୍ଡିରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନ ବର୍ଷା ଯୋଗୁଁ ଟସ୍ ମଧ୍ୟ ହୋଇପାରି ନଥିଲା। ଶନିବାର ଦ୍ୱିତୀୟ ଦିନ ଟସ୍ ହାରି ପାକିସ୍ତାନ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ୨୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଓପ୍ନର୍ ଅବ୍‌ଦୁଲ୍ଲା ସଫିକ୍ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭର୍‌ର ଶେଷ ବଲ୍‌ରେ ତାସ୍କନ୍ ଅହମଦଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ତେବେ ଏହାପରେ ସଇମ୍ ଆୟୁବ୍ ଏବଂ କ୍ୟାପ୍‌ଟେନ୍ ଶାନ୍ ମସୁଦ୍ ଟିମ୍‌ର ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ।

ସଇମ୍ ୫୮ ଏବଂ ମାସୁଦ୍ ୫୭ ରନ୍‌ର ଅର୍ଦ୍ଧଶକୀୟ ଇନିଂସ୍ ଖେଳିଥିଲେ। ଏହା ବ୍ୟତୀତ ଶେଷ ଆଡ଼କୁ ଆଗା ସଲ୍‌ମାନ୍ ମଧ୍ୟ ୫୪ ରନ୍‌ର ଅର୍ଦ୍ଧଶକୀୟ ଇନିଂସ୍ ଖେଳି ସ୍କୋର୍ ୨୭୪ ରନ୍‌ରେ ପହଞ୍ଚାଇଥିଲେ। ବାବର ଆଜମ୍ ୩୧ ରନ୍ ଏବଂ ମହମ୍ମଦ ରିଜ୍‌ୱାନ୍ ୨୯ ରନ୍‌ର ଯୋଗଦାନ କରିଥିଲେ। ବାଂଲାଦେଶ ପକ୍ଷରୁ ସ୍ପିନର୍ ମେହଦୀ ହସନ୍ ମିରାଜ୍ ୫ ୱିକେଟ୍ ହାସଲ କରିଥିବା ବେଳେ ତାସ୍କିନ୍ ଅହମଦଙ୍କୁ ୩ଟି ସଫଳତା ମିଳିଥିଲା। ଏହା ବ୍ୟତୀତ ନାହିଦ୍ ରାଣା ଓ ସାକିବ୍ ଅଲ୍ ହସନ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ୨୭୪ ରନ୍‌ର ଜବାବରେ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ବାଂଲାଦେଶ ଦ୍ୱିତୀୟ ଦିନ ଷ୍ଟମ୍ପ୍ସ ବେଳକୁ ବିନା ୱିକେଟ୍‌ଯେର ୧୦ ରନ୍ କରିଥିଲା। ସାଦମାନ୍ ଇସ୍‌ଲାମ୍ ୬ ଏବଂ ଜାକିର୍ ହସନ୍ (୦) କ୍ରିଜ୍‌ରେ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking