22.1 C
Bhubaneswar
Thursday, December 25, 2025
Homeଅପରାଧଲେଡିଜ୍ ହଷ୍ଟେଲ୍ ୱାଶ୍‌ରୁମ୍‌ରେ ଗୁପ୍ତ କ୍ୟାମେରା; ବିକ୍ରି ହୋଇଛି ୩୦୦ରୁ ଊର୍ଦ୍ଧ୍ୱ ଫଟୋ-ଭିଡିଓ!

ଲେଡିଜ୍ ହଷ୍ଟେଲ୍ ୱାଶ୍‌ରୁମ୍‌ରେ ଗୁପ୍ତ କ୍ୟାମେରା; ବିକ୍ରି ହୋଇଛି ୩୦୦ରୁ ଊର୍ଦ୍ଧ୍ୱ ଫଟୋ-ଭିଡିଓ!

ଅମରାବତୀ: ଦେଶବ୍ୟାପୀ ଏବେ ମହିଳାଙ୍କ ସୁରକ୍ଷା ନେଇ ଚାଲିଥିବା ତର୍କ ବିତର୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ଏକ କଦର୍ଯ୍ୟ ତଥା ବିବ୍ରତ କଲା ଭଳି ଘଟଣା ସାମ୍ନାକୁ ଆସିଛି। କୃଷ୍ଣାନଗର ଜିଲ୍ଲାରେ ଥିବା ଗୁଲବର୍ଗା ଇଞ୍ଜିନିୟରିଂ କଲେଜ୍‌ର ଲେଡିଜ୍ ହଷ୍ଟେଲ ୱାଶରୁମ୍‌ରୁ ଗୁପ୍ତ କ୍ୟାମେରା ଜବତ କରାଯାଇଛି। କେବଳ ସେତିକି ନୁହେଁ ଏହି କ୍ୟାମେରା ଯୋଗେ ଉତ୍ତୋଳିତ ବା ରେକର୍ଡିଂ ହୋଇଥିବା ଛାତ୍ରୀଙ୍କ କିଛି ଫଟୋ ଓ ଭିଡିଓ ମଧ୍ୟ ବାହାରେ ବିକ୍ରି ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ହଷ୍ଟେଲରେ ରହୁଥିବା ଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରିବା ସହ ଭୟଭୀତ ଅବସ୍ଥାରେ ଥିବା କହିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଛାନ୍‌ବିନ୍ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁରାଗ୍ ମିଳିପାରିନାହିଁ। ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀ ୱାଶରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଭୟଭୀତ ହୋଇ ଏସମ୍ପର୍କରେ ହଷ୍ଟେଲ ୱାର୍ଡନ୍‌ଙ୍କୁ ଜଣାଇଥିଲେ। ପୁଲିସ୍‌କୁ ସୂଚନା ଦିଆଯିବା ପରେ ବିଳମ୍ବିତ ରାତି ସୁଦ୍ଧା ପୁଲିସ୍ କଲେଜର ଜଣେ ଛାତ୍ରକୁ ସନ୍ଦେହରେ ଗିରଫ କରିଛି। ଅନ୍ୟପକ୍ଷେ ସଂପୃକ୍ତ ଛାତ୍ରର ଲ୍ୟାପ୍‌ଟପ୍‌କୁ ଯାଞ୍ଚ କରାଯିବା ପରେ ସେଥିରୁ ଛାତ୍ର୍ରୀମାନଙ୍କ ପ୍ରାୟ ୩ଶହରୁ ଅଧିକ ଅଶ୍ଳିଳ ଭିଡ଼ିଓ ରହିଥିବା ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଛାତ୍ର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜର ଛାତ୍ରୀମାନେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। କଲେଜ ଏବଂ ହଷ୍ଟେଲରେ ଛାତ୍ରୀମାନେ ଅସୁରକ୍ଷିତ ଥିବା ଅଭିଯୋଗ ହୋଇଛି। ପ୍ରକାଶ, ଗିରଫ ଅଭିଯୁକ୍ତ ବିଟେକ ଶେଷ ବର୍ଷର ଛାତ୍ର ବିଜୟ କୁମାର। ବିଜୟ ଏସବୁ ଭିଡିଓକୁ ଇଣ୍ଟରନେଟ୍ ଏବଂ କିଛି ଛାତ୍ରଙ୍କୁ ବିକ୍ରି କରିଥିବା ଅନୁମାନ କରାଯାଉଛି। ପୁଲିସ ତା’ ଲାପଟପ୍ ଜବତ କରି ଅଧିକ ତଦନ୍ତ କରୁଛି। ମାମଲାରେ ଅନ୍ୟ କେହି ଜଡ଼଼ିତ ଅଛନ୍ତି କି ନାହିଁ ଜଣାପଡିନାହିଁ। ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking