27.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଜେଏମଏମ ଛାଡ଼ିଲେ ଚମ୍ପାଇ ସୋରେନ

ଜେଏମଏମ ଛାଡ଼ିଲେ ଚମ୍ପାଇ ସୋରେନ

ରାଞ୍ଚି :  ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଆଜି ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ଆଜି ସେ ଜେଏମଏମ ଛାଡ଼ିଥିବା ବେଳେ ଆସନ୍ତାକାଲି ବିଜେପିରେ ଯୋଗଦେବେ। ସେ ବିଜେପିରେ ମିଶିବାକୁ ଯାଉଥିବା ବେଳେ ଝାରଖଣ୍ଡ ପାଇଁ ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି।

ଚମ୍ପାଇ ସୋରେନ ତାଙ୍କ ବିବୃତିରେ କହିଛନ୍ତି ଯେ ତାଙ୍କୁ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଜେଏଏମ ଛାଡ଼ିବାକୁ ବାଧ୍ୟ କରାଯାଇଛି। ବର୍ତ୍ତମାନ ଜେଏମଏମ ତା’ର ଲକ୍ଷ୍ୟ ଓ ଆଭିମୁଖ୍ୟ ହରାଇ ସାରିଛି ବୋଲି ମଧ୍ୟ ଚମ୍ପାଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଜେଏମଏମ ମୋ ପରିବାର ଭଳି ଥିଲା। ମୁଁ ଦଳ ଛାଡ଼ିବି ବୋଲି କେବେ ହେଲେ ସ୍ୱପ୍ନରେ ମଧ୍ୟ ଭାବି ନଥିଲି। କିନ୍ତୁ ଏହି କିଛି ଦିନ ମଧ୍ୟରେ ଏମିତି କିଛି ଘଟିଥିଲା, ଯାହା ମୋତେ କଷ୍ଟ ଦେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking