ଭୁବନେଶ୍ୱର : ବେଦାନ୍ତକୁ ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୮ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଲେ । ପୁରୀରେ ଜମି ଅଧିଗ୍ରହଣ କରିଥିଲା ବେଦାନ୍ତ । ବେଦାନ୍ତ ୧୦ହଜାର ଏକର ଜମି ଅଧିଗ୍ରହଣ କରିଥିଲା । ବିଶ୍ୱବିଦ୍ୟାଳୟ ନାଁରେ ୨୦୦୬ରେ ଜମି ଅଧିଗ୍ରହଣ କରିଥିଲା । ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ ହୋଇଥିଲା । ସୁପ୍ରିମକୋର୍ଟ ଜମି ଅଧିଗ୍ରହମକୁ ବେଆଇନ କହିଥିଲେ । ଏଯାଏଁ ଜମି ମାଲିକଙ୍କୁ ଜମି ଫେରାଇନି ବେଦାନ୍ତ । ହାଇକୋର୍ଟ ଯାଇଛି ନବନିର୍ମାଣ କୃଷକ ସଂଗଠନ ।










