28.1 C
Bhubaneswar
Wednesday, May 6, 2026
Homeଓଡିଶାସଡ଼କ ଦୁର୍ଘଟଣା : ସ୍କୁଟି ଚାଳକ ମୃତ

ସଡ଼କ ଦୁର୍ଘଟଣା : ସ୍କୁଟି ଚାଳକ ମୃତ

କଳାହାଣ୍ଡି : ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। କଳାହାଣ୍ଡି ଜିଲ୍ଲା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି। ମୃତ ସ୍କୁଟି ଆରୋହୀଙ୍କର ପରିଚୟ ମିଳିନାହିଁ। ଆଜି ସକାଳେ ବ୍ୟକ୍ତି ଜଣଙ୍କ କୌଣସି କାମରେ ବଜାରକୁ ଆସିଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ସ୍କୁଟି ଆରୋହୀ ଜଣଙ୍କ ଛିଟିକି ତଳେ ପଡ଼ି ଯାଇଥିଲେ। ତାଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking