28.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶକୋଲକାତା ଘଟଣା ଅତ୍ୟନ୍ତ ଭୟଙ୍କର : ରାଷ୍ଟ୍ରପତି

କୋଲକାତା ଘଟଣା ଅତ୍ୟନ୍ତ ଭୟଙ୍କର : ରାଷ୍ଟ୍ରପତି

ନୂଆଦିଲ୍ଲୀ : କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିକ୍ରିୟା । ସେ ଦେଶରେ ବଢ଼ୁଥିବା ମହିଳା ବିରୋଧୀ ହିଂସାକୁ ନେଇ ହତାଶା ଓ ବିଚଳିତ ଭାବ ପ୍ରକାଶ କରିଛନ୍ତି। କୋଲକାତା ଘଟଣାକୁ ଭୟଙ୍କର ଓ ଉଦବେଗଜନକ କହିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ମୁର୍ମୁ ଲୋକମାନଙ୍କ ସାମୂହିକ ଭୁଲାପଣକୁ ସମାଲୋଚନା କରିଛନ୍ତି। ଏହି ଭୁଲା ପଣ ମହିଳା ବିରୋଧୀ ହିଂସା, ନିର୍ଯାତନା ଓ ହତ୍ୟା ଭଳି ଘଟଣାକୁ ଅନୁମତି ଦେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।ଦେଶରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଉଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ଏଥିସହ ବହୁତ ହୋଇଗଲାଣି ବୋଲି ମ୍ୟାଡାମ ପ୍ରେସିଡେଣ୍ଟ ପିଟିଆଇକୁ କହିଛନ୍ତି। ସେ କହିଛନ୍ତି, “କୌଣସି ସଭ୍ୟ ସମାଜ କେବେ ହେଲେ ଝିଅ ଓ ଭଉଣୀମାନଙ୍କ ବିରୋଧୀରେ ଏପରି ହତ୍ୟାଚାରକୁ ଅନୁମତି ଦେଇ ପାରିବ ନାହିଁ। ବହୁତ ହୋଇଗଲା। ଏହା ଉପରେ ବିରାମ ଲାଗିବା ଦରକାର। ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବା ଉଚିତ। ନର୍ଭୟା ଘଟଣାର ଏହି ୧୨ ବର୍ଷ ମଧ୍ୟରେ ଅସଂଖ୍ୟ ଦୁଷ୍କର୍ମ ଘଟଣାକୁ ସମାଜ ଭୁଲି ଯାଇଛି। ଏହା ସାମୂହିକ ସ୍ମୃତିଲୋପ ଭାବକୁ ଦର୍ଶାଉଛି।” ରାଷ୍ଟ୍ରପତି ମୁର୍ମୁ ପରୋକ୍ଷରେ ନିକଟରେ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ମହିଳା ବିରୋଧୀ ଅପରାଧ ବିରୋଧରେ ମତ ରଖିଛନ୍ତି। ସେ କହିଛନ୍ତି, “କୋଲକାତାରେ ଶିକ୍ଷାର୍ଥୀ, ଡାକ୍ତର ଓ ସାଧାରଣ ନାଗରିକମାନେ ବିକ୍ଷୋଭ କରୁଛନ୍ତି। କିନ୍ତୁ ଅପରାଧୀମାନେ ଅଲଗା ସ୍ଥାନରେ ନିଜର ବର୍ବରତା ଜାରି ରଖିଛନ୍ତି। ଏବେ ବ୍ୟାପ ଢଙ୍ଗରେ ଏହି ସବୁ ଘଟଣାକୁ ମୂଳରୁ ଶେଷ କରିବାକୁ ମିଳିତ ଭାବେ କାମ ଆରମ୍ଭ ହେବ। ପ୍ରାୟ ସବୁ କ୍ଷେତ୍ରରେ ଗୋଟିଏ ନିନ୍ଦନୀୟ ମାନସିକତା ମହିଳାମାନଙ୍କୁ କମ ମଣିଷ, କମ ଶକ୍ତିଶାଳୀ, କମ ଦକ୍ଷତାପୂର୍ଣ୍ଣ ଓ କମ ବୁଦ୍ଧିମତା ଭାବେ ଦେଖି ଚାଲିଛି। ଇତିହାସର ସାମ୍ନା କରିବାକୁ ଭୟ କରୁଥିବା ସମାଜ ହିଁ ସାମୂହିକ ସ୍ମୃତିଲୋପର ସାହାରା ନେଇଥାଏ। ଭାରତର ଇତିହାସକୁ ସିଧାସଳଖ ସାମ୍ନା କରିବା ଦରକାର।” Women’s Safety: Enough is Enough ଶୀର୍ଷକରେ ରାଷ୍ଟ୍ରପତି ମୁର୍ମୁ ପ୍ରଥମଥର ପାଇଁ ଦେଶରେ ବଢ଼ୁଥିବା ମହିଳା ବିରୋଧୀ ଅପରାଧ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking