ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।
ଶେଷ ଦିନରେ ନାମାଙ୍କନ ଦାଖଲ କରିବା ପରେ ଜୟ ଶାହା ସର୍ବକନିଷ୍ଠ ବ୍ୟକ୍ତି ଭାବେ ଆଇସିସିର ଶୀର୍ଷ ପଦ ପାଇଁ ନିଯୁକ୍ତ ହୋଇଥିଲେ । ସେ ଗ୍ରେଗ ବାରକଲେଙ୍କ ସ୍ଥାନ ନେବେ, ଯିଏକି ୨୦୨୦ ରେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ । ଜୟ ଶାହା ଡିସେମ୍ବର ୧, ୨୦୨୪ ରୁ ନୂତନ ଆଇସିସି ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିବେ ।










