ଲକ୍ଷ୍ନୌ: ୟୁପିର ବନାରସରୁ ସାମ୍ନାକୁ ଆସିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା । ନିଜ ପ୍ରେମିକ ଅନ୍ୟତ୍ର ବିବାହ କରୁଥିବାରୁ ରାଗି ଯାଇ ପତ୍ନୀଙ୍କ ଗଳା କାଟି ଦେଇଛି ପ୍ରେମିକା । ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରିୟା ଶର୍ମା ଓ ତାଙ୍କ ପ୍ରେମିକ ବବଲୁଙ୍କୁ ଗିରଫ କରିଛି ପୋଲିସ । ସେପଟେ ପରିବାର ଲୋକେ ବୋହୂକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ବୋହୂଙ୍କୁ ହରାଇଥିବା ପୀଡ଼ିତାଙ୍କ ମା’ କହିଛନ୍ତି, ମେ ୧୯ ତାରିଖରେ ପୁଅର ବିବାହ ‘ରୋଶନ ଜାହାଁ’ଙ୍କ ସହ ହୋଇଥିଲା । କିଛି ଦିନ ବାପ ଘରେ ରହିବା ପରେ ବୋହୂ ଘରକୁ ଫେରିଆସିଥିଲେ । ଯେତେବେଳେ ବୋହୂ ଓ ପୁଅ ଉପର ମହଲାର କୋଠରୀରେ ଶୋଇଥିଲେ । ଏହାପରେ ବୁଧବାର ସକାଳେ ପୁଅର ପୁରୁଣା ପ୍ରେମିକା ପ୍ରିୟା ଶର୍ମା କୋଠରୀକୁ ଯାଇ ବୋହୂକୁ ଛୁରୀରେ ଆକ୍ରମଣ କରିଥିଲା । ଏହାପରେ ରୋଶନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ତାଙ୍କ ବେକରେ ୭ଟି ଷ୍ଟିସ୍ ଲାଗିଥିଲା । ଏହି ମାମଲାରେ ଥାନାରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଅଟକ ରଖିଛି ବାରଣାସୀ ଜିଲ୍ଲା ପୋଲିସ ।










