19.1 C
Bhubaneswar
Wednesday, February 11, 2026
Homeଓଡିଶାଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର : ଆସୁଛି ଆଉ ଏକ ଲଘୁଚାପ । ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଭାସ ମିଳୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଦ୍ବାରା ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ଦେଖାଯାଉଛି। ଅଗଷ୍ଟ ୨୮ରୁ ୩୧ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ୨୮ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଂଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଂଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ୨୯ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଂଗପୁର ଓ ରାୟଗଡ଼ା ଜିଲ୍ଲ‌ାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ଉତ୍ତର-ପଶ୍ଚିମ ଝାଡ଼ଖଣ୍ଡ ଉପରେ ଲଘୁଚାପ ରହିଛି। କ୍ରମଶଃ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking