19.1 C
Bhubaneswar
Wednesday, February 11, 2026
Homeଅପରାଧଆମ୍ବ ବଗିଚାରୁ ଦୁଇ ସାଙ୍ଗଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆମ୍ବ ବଗିଚାରୁ ଦୁଇ ସାଙ୍ଗଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ଫାରୁକାବାଦରେ ଘଟିଛି ଅଘଟଣ। ଆମ୍ବ ବଗିଚାରୁ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର । ସୂଚନା ଅନୁସାରେ, ମୃତ ନାବାଳିକା ଦୁଇ ସାଙ୍ଗ। ଉଭୟ ଗତକାଲି ସନ୍ଧ୍ୟାରେ ଜନ୍ମାଷ୍ଟମୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ବର୍ଷା ହେବାରୁ ରାତି ୯ ଟା ସୁଦ୍ଧା ଫେରି ଆସିଥିଲେ, ବର୍ଷା ଛାଡିବା ପରେ ପୁଣି ଯାଇଥିଲେ। ରାତି ପ୍ରାୟ ଗୋଟାଏରେ କାର୍ଯ୍ୟକ୍ରମ ସରିଥିଲେ ମଧ୍ୟ ସେମାନେ ଫେରିନଥିଲେ ବୋଲି ସେମାନଙ୍କ ମଧ୍ୟରୁ ଜଣଙ୍କ ବାପା କହିଛନ୍ତି। ଆମେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲୁ ପେଇଲୁନି। କିନ୍ତୁ ସକାଳେ ଆମ୍ବ ବଗିଚାରୁ ଝୁଲନ୍ତ ମୃତଦେହ ମିଳିଥିବା ସେ କହିଛନ୍ତି। ସେ ଏହା ଆତ୍ମହତ୍ୟା ନୁହଁ ହତ୍ୟା ଅଭିଯୋଗ କରିଛନ୍ତି। କେହି ସେମାନଙ୍କୁ ମାରି ଟାଙ୍ଗି ଦେଇଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ କହିଛି ଯେ, ଘଟଣାସ୍ଥଳରୁ ଏକ ଫୋନ୍ ଏବଂ ସିମ୍ କାର୍ଡ ପାଇଛୁ। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking