ସମ୍ବଲପୁର : ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇଁ ଲଗ୍ନ। ବଲାଙ୍ଗୀର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ମା’ ସମଲେଇଙ୍କ ଠାରେ ଲାଗିହେବ ନବାନ୍ନ । ମା’ ଙ୍କ ଠାରେ ୮ ତାରିଖରେ ନବାନ୍ନ ଲାଗିହେବ । ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ନବାନ୍ନ ଲାଗି ହେବ । ନୂଆଁଖାଇ ପାଇଁ ଚାଲିଛି ଶୁଭଲଗ୍ନ ନିର୍ଘଣ୍ଟ । ରାଶି ନକ୍ଷତ୍ର ଅନୁସାରେ ଶୁଭଲଗ୍ନ ନିର୍ଘଣ୍ଟ କରିଛନ୍ତି ପଣ୍ଡିତ । ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ ଏହି ନିଷ୍ପତି ହୋଇଛି। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆ ଖାଇବାର ପରମ୍ପରା ରହିଛି।