22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକୃଷକ ଆନ୍ଦୋଳନ ସମ୍ପର୍କରେ କଙ୍ଗନାଙ୍କ ବିବାଦୀୟ ବୟାନ

କୃଷକ ଆନ୍ଦୋଳନ ସମ୍ପର୍କରେ କଙ୍ଗନାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ:  ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତା କଙ୍ଗନା ରାଣାୱତ୍‌, କୃଷକ ଆନ୍ଦୋଳନ ସମ୍ପର୍କରେ ଦେଇଥିବା ବିବାଦୀୟ ବୟାନ୍‌କୁ ନେଇ ଉତ୍ତେଜନା ତୀବ୍ରତର ହେବାପରେ ବିଜେପି ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ନେଇଛି । ଅନ୍ୟପକ୍ଷେ ସାଂସଦଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ଜବାବ ଦେବାକୁ ଯାଇ ଦଳ ଏକ ବିବୃତି ଜାରି କରି କହିଛି ଯେ, “କଙ୍ଗନାଙ୍କ ମନ୍ତବ୍ୟ ତାଙ୍କ ନିଜସ୍ୱ ତଥା ବ୍ୟକ୍ତିଗତ ଅଭିମତ, ଏଥିରେ ଦଳର କୌଣସି ସମ୍ପୃକ୍ତି ନାହିଁ । ଭବିଷ୍ୟତରେ ଏପରି ବିବୃତ୍ତିଠୁ ଦୂରେଇ ରହିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।” ବିଜେପି ଦର୍ଶାଇଛି, କୃଷକ ଆନ୍ଦୋଳନ ଉପରେ ସାଂସଦ କଙ୍ଗନା ରାଣାୱତ ଦେଇଥିବା ବୟାନ ଦଳର ମତ ନୁହେଁ । ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ବୟାନ ଉପରେ ଅସହମତି ବ୍ୟକ୍ତି କରୁଛି । କଙ୍ଗନା ରାଣାୱତଙ୍କୁ ଦଳ ପକ୍ଷରୁ ଏବଂ ଦଳର ନୀତିଗତ ପ୍ରସଙ୍ଗ ଉପରେ ନା କହିବାକୁ ଅନୁମତି ଦିଆଯାଇଛି ନା ତାଙ୍କର ବୟାନ୍‌ବାଜି କରିବାର କୌଣସି ଅଧିକାର ଅଛି । ତାଙ୍କୁ ଭବିଷ୍ୟତରେ ଏଭଳି ବୟାନ ନଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।  ନିକଟରେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି କଙ୍ଗନା କହିଥିଲେ, \”କୃଷକଙ୍କ ଆନ୍ଦୋଳନ ସମୟରେ ମୃତଦେହକୁ ଝୁଲାଇ ଦିଆଯିବା ସହ ଦୁଷ୍କର୍ମ କରାଯାଇଥିବା ଦେଖିବାକୁ ମିଳିଥିଲା । ଶେଷରେ କୃଷକ ବିଲ୍‌କୁ ପ୍ରତ୍ୟାହାର କରି ନିଆଯାଇଥିଲା । ବାଂଲାଦେଶ ଆନ୍ଦୋଳନ ପରେ ଦେଶରେ କୃଷକ ଆନ୍ଦୋଳନ କରିବାକୁ ମଧ୍ୟ ଷଡଯନ୍ତ୍ର କରାଯାଇଥିଲା । ଏଠାରେ ଚୀନ୍ ଏବଂ ଆମେରିକା ଭଳି ବିଦେଶୀ ଶକ୍ତି କାର୍ଯ୍ୟ କରୁଛନ୍ତି । ଯଦି ଆମର (ବିଜେପି) ଶୀର୍ଷ ନେତୃତ୍ୱ ଶକ୍ତିଶାଳୀ ନ ଥାନ୍ତେ ତେବେ ବାଂଲାଦେଶରେ ଯାହା ଘଟିଲା, ପଞ୍ଜାବରେ ମଧ୍ୟ ଏଭଳି ଘଟଣା ଘଟିବାକୁ ବେଶି ସମୟ ଲାଗିନଥାନ୍ତା ।’ ତେବେ କଙ୍ଗନାଙ୍କ ଏପ୍ରକାର ବୟାନ୍‌ବାଜି ସମ୍ପର୍କୀତ ଭିଡିଓ ସବୁ ଭାଇରାଲ ହେବା ପରେ ବିରୋଧୀ ଦଳ ସମେତ କୃଷକ ସଂଗଠନ ମଧ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ବିରୋଧରେ ଏନ୍‌ଏସ୍‌ଏ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରିବାକୁ ମଧ୍ୟ ଦାବି ଜୋର ହୋଇଥିଲା । ଶେଷରେ ବିଜେପି ପକ୍ଷରୁ ଆଜି ଏକ ବିବୃତ୍ତି ଜାରି କରାଯାଇ ସ୍ପଷ୍ଟୀକରଣ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking