ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ରାହୁଲ ନବୀନ। ସେ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ। ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେବେ । ଏହାଛଡ଼ା ଆସନ୍ତା ୨୮ ତାରିଖରେ ପୁରୀ ଯାଇ ଇଡିର ନିର୍ଦ୍ଦେଶକ ରାହୁଲ ନବୀନଙ୍କର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି। ଇଡିର ନିର୍ଦ୍ଦେଶକ ଏହାପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଜଣାଯାଇଛି।










