27.1 C
Bhubaneswar
Wednesday, March 25, 2026
Homeଅପରାଧଧୋକାବାଜ୍‌ ପ୍ରେମିକ ଗିରଫ 

ଧୋକାବାଜ୍‌ ପ୍ରେମିକ ଗିରଫ 

ଯାଜପୁର: ବ୍ୟାସନଗର ସହର ଅନ୍ତର୍ଗତ ମୁଣ୍ଡମାଳ ଅଞ୍ଚଳର ଭଡାରେ ରହୁଥିବା ଜଣେ ଯୁବତୀକୁ ଜଣେ ଯୁବକ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଏବଂ ପରେ ଯୁବତୀଜୁ ଧୋକା ଦେଇ ଫେରାର ହୋଇଯାଇଥିଲା l ଯୁବକକୁ ଯାଜପୁର ରୋଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ଖଜୁରୀ ପଡାର ଜଣେ ବ୍ୟକ୍ତି ସପରିବାର ଧରି ମୁଣ୍ଡମାଳରେ ଭଡାରେ ରହୁଥିଲେ l ବ୍ୟବସାୟରେ ସହଯୋଗ ପାଇଁ କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ପଲିଗୁଡା ଗ୍ରାମର ଉଦ୍ଧବ ଶିଳପଢିଆଙ୍କୁ ରଖିଥିଲେ l ସମୟାନୁକ୍ରମେ କନ୍ଧମାଳ ବ୍ୟକ୍ତିଙ୍କ ଭଉଣୀକୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଉଦ୍ଧବ l

ପରେ ସେ ବିବାହ ନ କରିବାକୁ କହି ଧୋକା ଦେଉ ଏଠାରୁ ଫେରାର ହୋଇଯାଇଥିଲା l ପରେ ଝିଅ ଘର ତରଫରୁ ଯାଜପୁର ରୋଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା l ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ୠଜୁକରି କେଶ ନଂ ୨୫୧/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା l ତେବେ ସମ୍ପୃକ୍ତ ଫେରାର ଯୁବକ ଉଦ୍ଧବକୁ ଆଜି ଗିରଫ କରି କୋଟ ଚାଲାଣ କରିଛି ବୋଲି ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking