34.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଗଣଦୁଷ୍କର୍ମ ମାମଲା: ପୁଲିସ ହେପାଜତରୁ ଖସି ପୋଖରୀକୁ ଡେଇଁଲା ଅଭିଯୁକ୍ତ, ମୃତଦେହ ଉଦ୍ଧାର

ଗଣଦୁଷ୍କର୍ମ ମାମଲା: ପୁଲିସ ହେପାଜତରୁ ଖସି ପୋଖରୀକୁ ଡେଇଁଲା ଅଭିଯୁକ୍ତ, ମୃତଦେହ ଉଦ୍ଧାର

ଆସାମ: ଆସାମ ନାବାଳିକା ଗଣଦୁଷ୍କର୍ମ ମାମଲାର ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି। ପୁଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରି ଜଣେ ଅଭିଯୁକ୍ତ ଏକ ପୋଖରୀକୁ ଡେଇଁପଡ଼ିବା ଫଳରେ ପାଣିରେ ବୁଡ଼ି ତା’ର ମୃତ୍ୟୁ ହୋଇଛି। ନିକଟରେ ଜଣେ ୧୪ ବର୍ଷୀୟ ନାବାଳିକା ଟ୍ୟୁସନରୁ ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ ନାଗାଓଁ ଜିଲାର ଧିଙ୍ଗ ଅଞ୍ଚଳରେ ୩ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଇଥିଲା।

ଆସାମର ମୂଳ ବାସିନ୍ଦାଙ୍କ ପ୍ରତି ଏହା ଆକ୍ରମଣ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିବା ସହିତ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡଦେବାକୁ ଦାବି ହୋଇଥିଲା। ଶୁକ୍ରବାର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଶନିବାର ପୁଲିସ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲା। ଘଟଣାର ରିକ୍ରିଏସନ ଲାଗି ପୁଲିସ ଅଭିଯୁକ୍ତଙ୍କୁ ନେଇ ଯାଇଥିଲା। ହେଲେ ଜଣେ ଅଭିଯୁକ୍ତ ପୁଲିସ ହେପାଜତରୁ ଖସି ଦୌଡ଼ି ପଳାଇବା ସହିତ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲା। ପୁଲିସ ପକ୍ଷରୁ ପୋଖରୀରେ ଖୋଜାଖୋଜି କରାଯାଇଥିଲା। ପ୍ରାୟ ୨ ଘଣ୍ଟା ପରେ ଅଭିଯୁକ୍ତର ମୃତଦେହ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking