28.3 C
Bhubaneswar
Thursday, May 14, 2026
Homeଓଡିଶାଆରମ୍ଭ ହେଲା ବାର୍‌ଗାର୍ଲଙ୍କ ରୋଜଗାରର ନୂଆ ଟ୍ରେଣ୍ଡ୍

ଆରମ୍ଭ ହେଲା ବାର୍‌ଗାର୍ଲଙ୍କ ରୋଜଗାରର ନୂଆ ଟ୍ରେଣ୍ଡ୍

କଟକ: ରାଜଧାନୀରେ ଥିବା ବାର୍‌ରେ ବାରଗାର୍ଲଙ୍କ ଡ୍ୟାନ୍ସକୁ ରାଜ୍ୟ ସରକାର ନିଷିଦ୍ଧ କରିଥିବା ବେଳେ ସେମାନଙ୍କ ରୋଜଗାର ଟ୍ରେଣ୍ଡ ଏବେ ବଦଳିଛି। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ହୁକା ଏବଂ ଟେବୁଲ୍‌ରେ ଗ୍ରାହକମାନଙ୍କୁ କମ୍ପାନୀ ଦେଉଛନ୍ତି। ହୁକା ପାଇପ୍ ମୁହଁରେ ଦେଉଛନ୍ତି ଏବଂ ମଦ ପେଗ୍ ବନାଇ ପାଖରେ ବସି ଗ୍ରାହକମାନଙ୍କୁ ପିଆଉ ଦେଉଛନ୍ତି। ଏଥିପାଇଁ ସମୟ ଧାର୍ଯ୍ୟ ହୋଇଛି, ଯିଏ ଯେତେ ସମୟ କମ୍ପାନୀ ବା ସହଯୋଗ ପାଇବ ସେହି ଅନୁସାରେ ଦେବ ପେମେଣ୍ଟ। ପୁରୁଷ ଗ୍ରାହକମାନଙ୍କୁ ଯଦି ଏମାନେ ଅଧିକ ଖୁସ୍ କରାଇବେ ତେବେ ଗାର୍ଲମାନଙ୍କ ଡିମାଣ୍ଡ ଅନୁସାରେ ସେମାନଙ୍କୁ ତାଙ୍କ ପ୍ରାପ୍ୟ ଦେବାକୁ ପଡ଼ୁଛି।

ବେଳେ ବେଳେ ଏଥି ପାଇଁ ଗ୍ରାହକ ଏବଂ ବାରଗାର୍ଲଙ୍କ ମଧ୍ୟରେ ବଚସା ହେଉଥିବାରୁ ସୂଚନା ମିଳୁଛି। ୧୬ ନମ୍ବର ଜାତୀୟ ରାଜପଥ ପାହାଳରେ ରହିଛି ଏଭଳି ଏକ ବାର୍‌। ବାରର ସମ୍ମୁଖ ଭାଗରେ ରହିଛି ଷ୍ଟାଣ୍ଡିଂ ବାର। ଭିତରେ ରହିଛି ଶୀତତାପ ନିୟନ୍ତ୍ରୀତ ଘରେ ଟେବୁଲ ପଡିଛି। ରିମ୍‌ଝିମ୍ ଆଲୋକ ଥିଲେ ବି ରୁମ୍ ଅନ୍ଧାରୁଆ। ଗ୍ରାହକମାନଙ୍କୁ ଆକର୍ଷିତ କଲା ଭଳି ଡ୍ରେସ୍ ପିନ୍ଧି ସେଠାରେ ୧୦ରୁ ୧୫ ଜଣ ବାରଗାର୍ଲ ଅପେକ୍ଷା କରିଥାନ୍ତି। ଇସାରା ପଇବା ମାତ୍ରେ ଗ୍ରାହକଙ୍କୁ କମ୍ପାନୀ ଦେବାକୁ ସେମାନେ ପ୍ରସ୍ତୁତ। ବାରଗାର୍ଲଙ୍କ ଡ୍ୟାନ୍ସ ବନ୍ଦ ହେବା ପରେ ବାରମାଲିକ ଏବଂ ଗାର୍ଲମାନେ ମିଶି ଏବେ ଏହି ନୂଆ ଫର୍ମୁଲା ଆପଣେଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ସରକାର ଭୁବନେଶ୍ୱରରେ ବାରଗାର୍ଲଙ୍କ ଡ୍ୟାନ୍ସ ବନ୍ଦ କରିବା ପରେ ବୁଦ୍ଧିଜୀବୀମାନେ ଏହାକୁ ସ୍ୱାଗତ କରିଥବଲା ବେଳେ ବାର୍‌ଗାର୍ଲ ଡ୍ୟାନ୍ସର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଗତ ୧୩ ତାରିଖରେ ଶତାଧିକ ବାର୍‌ଗାର୍ଲ ଡ୍ୟାନ୍ସର ଭୁବନେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଘେରିଥିଲେ। ତୁରନ୍ତ ବାର୍‌ଗୁଡିକରେ ଡ୍ୟାନ୍ସ କରିବା ପାଇଁ ଅନୁମତ ିଦେବାକୁ ଦାବି କରିଥିଲେ। ଅଧିକାଂଶ ବାରଗାର୍ଲ ଡ୍ୟାନ୍ସରଙ୍କ ଯୁକ୍ତି ଥିଲା ଯେ,ପେଟପାଟଣା ପାଇଁ ସେମାନେ ଡ୍ୟାନ୍ସ କରୁଛନ୍ତି। ବାର୍‌ରେ ଡ୍ୟାନ୍ସ କଲେ ସେମାନଙ୍କୁ ଯେଉଁ ପାରିଶ୍ରମିକ ମିଳେ ସେଥିରେ ସେମାନଙ୍କର ପରିବାର ଚଳୁଛି। ଅନେକ ପରବାରର ରୋଜଗାରର ମୁଖ୍ୟ ସୂତ୍ର ଥିଲା ଏହି ପେଷା। ତେବେ ବାର୍‌ଗୁଡିକରେ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏଥିଯୋଗୁ ବିଭିନ୍ନ ଅପରାଧ ଘଟୁଥିବାରୁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣକରିଛନ୍ତି। ଅବଶ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି। ମାତ୍ର ଏସବୁ ବନ୍ଦ ହେବାରୁ ବାର୍ ଡ୍ୟାନ୍ସରମାନେ ରୋଜଗାର ହରାଇଛନ୍ତି। ରୋଜଗାରକ୍ଷମ ହେବା ପାଇଁ ସେମାନେ ଏବେ ଏହ ନୂଆ ଫର୍ମୁଲା ଆପଣେଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking