19.1 C
Bhubaneswar
Monday, November 25, 2024
Homeଅପରାଧପୁଣି ବର୍ବରତା; ଟ୍ୟୁସନରୁ ଫେରିବା ବାଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ପୁଣି ବର୍ବରତା; ଟ୍ୟୁସନରୁ ଫେରିବା ବାଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଆସାମ: କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ପୁଣି ଏକ ବର୍ବରତା । ଆସାମର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ । ଟ୍ୟୁସନରୁ ଫେରିବା ବାଟରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଟ୍ୟୁସନରୁ ଫେରିବା ବାଟରେ ଏହି ନାରକୀୟ କାଣ୍ଡ ଘଟିଛି । ଆଜି କିଛି ସ୍ଥାନୀୟ ଲୋକ ନାବାଳିକାଙ୍କୁ ରାସ୍ତାକଡରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ ।

ଏନେଇ ସେମାନେ ପୁଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଅଧିକ ତଦନ୍ତ କରୁଛି । ସେପଟେ ଘଟଣାସ୍ଥଳରେ କିଛି ଲୋକ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛନ୍ତି । କିଛି ଛାତ୍ର ସଂଗଠନ ମଧ୍ୟ ଆଜି ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ସେ କହିଛନ୍ତି, “ଅପରାଧୀଙ୍କୁ ଆଦୌ ଛଡ଼ାଯିବ ନାହିଁ ଏବଂ ଆନ୍ଦୋଳନକାରୀଙ୍କୁ ନିଶ୍ଚୟ ନ୍ୟାୟ ଦେବୁ । ମୁଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାସ୍ଥଳକୁ ଯିବା ସହ ଅପରାଧୀଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking