28.3 C
Bhubaneswar
Wednesday, July 1, 2026
Homeଓଡିଶାବୃଦ୍ଧାଙ୍କୁ ଭୁସି ମାରିଦେଲା ବଳଦ

ବୃଦ୍ଧାଙ୍କୁ ଭୁସି ମାରିଦେଲା ବଳଦ

ସମ୍ବଲପୁର : ବୃଦ୍ଧାଙ୍କୁ ଭୁସି ମାରିଦେଲା ବଳଦ । ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର ଜିଲ୍ଲାର ନାକଟିଦେଉଳି ବ୍ଲକ ଲାଇଜା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତା ବୃଦ୍ଧାଜଣକ ହେଲେ ୬୦ ବର୍ଷୀୟା ଜମ୍ବୂବତୀ ବେହେରା । ଜମ୍ବୂବତୀ ଆଜି ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ଗାଁ ଦାଣ୍ଡରେ ଯାଉଥିବା ଗାଇ, ବଳଦ ପଲ ମଧ୍ୟରୁ ଏକ ବଳଦ ତାଙ୍କୁ ଶିଙ୍ଗ ଭୁଷି ଦେଇଥିଲା। ଫଳରେ ରକ୍ତାକ୍ତ ହୋଇ ସେ ତଳେ ପଡ଼ି ଛଟପଟ ହୋଇଥିଲେ।ପରିବାର ଲୋକେ ତୁରନ୍ତ ଜମ୍ବୂବତୀଙ୍କୁ ଉଦ୍ଧାର କରି ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜମ୍ବୁବତୀଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ରେଢାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ହେବା ପରେ ଆଜି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking