ମାଆ ଠାରୁ ବେଶି ପାଏ ଯିଏ ଭଲ*
ଡାହାଣୀ ଯେ ତାକୁ କହି,
ଦୂରେଇ ରହିବ ତା’ ଠାରୁ ସର୍ବଦା
*ମିଛ ସତ କହି ଦେଇ।
ବିଶ୍ବାସ, ଇଜ୍ଜତ ଓ ଜବାବ
ଏହି ତିନୋଟି ଜିନିଷ ଜୀବନରେ ଠିକ୍ ରଖିଲେ
ଦୁନିଆ ଆମକୁ ନିଶ୍ଚିତ ସମ୍ମାନ ଦେବ ।
ନିଜ ଜୀବନକୁ କାହା ସହିତ ତୁଳନା କରନ୍ତୁ ନାହିଁ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ କୌଣସି ସମାନତା ନାହିଁ, ତଥାପି ଦୁହେଁ ନିଜ ନିଜ ସମୟରେ ଚମକିଥାଆନ୍ତି ।*
ଆପଣ ଯେତେ ବି ଲମ୍ବା ବା ଉଚ୍ଚା ହୋଇଥାନ୍ତୁ ନା କାହିଁକି ମାତ୍ର ଆସୁଥିବା କାଲିକୁ ଦେଖି ପାରିବେ ନାହିଁ ……।
ସକଳ ଘଟେ ନାରାୟଣ
ବସଇ ଅନାଦି କାରଣ
ମଣିଷ ଦୁଇଟି ଜିନିଷ କେବେବି ଭୂଲେନି….
ବାହାର ଲୋକଙ୍କଠାରୁ ମିଳିଥିବା ସମ୍ମାନ ଓ ନିଜ ଲୋକଙ୍କଠାରୁ ମିଳିଥିବା ଅପମାନ….
ଓଁ ଶ୍ରୀ ଜଗନ୍ନାଥ ଶରଣଂ
ଅଦ୍ୟ ଅଗଷ୍ଟ ମାସ ୨୩ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ଡିବା ଘ୧୦/୫୧ ଗତେ ପଞ୍ଚମୀ
ନକ୍ଷତ୍ର- ରେବତୀ ରାତ୍ରି ଘ୦୮/୪୧ ଗତେ ଅଶ୍ଵିନୀ
ଚନ୍ଦ୍ର-ମୀନ ରାତ୍ରି ଘ୦୮/୪୧ ଗତେ ମେଷ
ଯୋଗ- ଶୂଳ
କରଣ – ବାଳବ
ସୌରମାସ- ସିଂହ ୦୮ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୧୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୨୨
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୧୦/୫୧ ଗତେ ଦକ୍ଷିଣେ
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ଏକୋଦିଷ୍ଟ ଶ୍ରାଦ୍ଧ
ବିଛା,ଧନୁ ଓ ମୀନ ରାଶି ର ଘାତବାର
ଧନୁ ରାଶିର ଘାତଚନ୍ଦ୍ର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୮/୪୧ ଗତେ ଘ୧୧/୫୦ ମଧ୍ୟେ
ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି
══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୮ମଧ୍ୟେ ଓ ଘ୧୨/୪୫ ଗତେ ଘ୦୨/୧୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୫୧ ଗତେ ଘ୧୧/୪୦ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଦିବା ଘ୧୦/୫୧ ଗତେ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════✧
* ଆଜିର ରାଶିଫଳ*
✧═════•❁❀❁•═════✧
ମେଷ
: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।*
✧═════•❁❀❁•═════✧
ବୃଷ
: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।*
✧═════•❁❀❁•═════✧
ମିଥୁନ
: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।*
✧═════•❁❀❁•═════✧
କର୍କଟ
: ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।*
✧═════•❁❀❁•═════✧
ସି˚ହ
: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।*
✧═════•❁❀❁•═════✧
କନ୍ୟା
: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।*
✧═════•❁❀❁•═════✧
ତୁଳା
: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।*
✧═════•❁❀❁•═════✧
ବିଛା
: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।*
✧═════•❁❀❁•═════✧
ଧନୁ
ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।*
✧═════•❁❀❁•═════✧
ମକର
: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।*
✧═════•❁❀❁•═════✧
କୁମ୍ଭ
: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।*
✧═════•❁❀❁•═════✧
ମୀନ
: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।










