28.1 C
Bhubaneswar
Tuesday, March 31, 2026
Homeଓଡିଶାମଦ ମୃତ୍ୟୁ ମାମଲା: ଆଜି ଚିକିଟି ଯିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ମଦ ମୃତ୍ୟୁ ମାମଲା: ଆଜି ଚିକିଟି ଯିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଭୁବନେଶ୍ୱର : ବିଜେପି ସରକାର ଦାୟିତ୍ୱ ନେବାର ଶହେ ଦିନ ନ ପୁରୁଣୁ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏହି ମଦମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌ରେ ଶ୍ରୀ ପୂଜାରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିକ୍ରମ କୁମାର ପଣ୍ଡା ରହିଛନ୍ତି। ଆଜି ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଭାପତି ନବୀନ ପଟ୍ଟନାୟକଙ୍କୁ ମଦମୃତ୍ୟୁ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking