ଭୁବନେଶ୍ୱର: ଝାରସୁଗୁଡା ଜିଲ୍ଲାରେ ୮୧,୭୮୦ ରାସନକାର୍ଡଧାରୀ ପରିବାର ଥିବାବେଳେ ଆଉ ୯୮୫୬ ପରିବାର କାର୍ଡ ପାଇବାପାଇଁ ଆବେନ କରି ଅପେକ୍ଷାରେ ରହିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ରାଜ୍ୟର ୯୨,୬୬,୪୯୧ ପରିବାର ଥିବାବଳେ ଏଥିରେ ୩,୨୫,୯୩,୮୭୫ ଜଣ ହିତାଧିକାରୀ ରହିଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୧୫,୨୩୭ ପରିବାର ରହିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧୦,୦୨,୧୪୪ ହିତାଧିକାରୀ ରହିଛନ୍ତି । ସେହିଭଳି ଝାରସୁଗୁଡା ଜିଲ୍ଲାରେ ମୋଟ୍ ୮୧,୭୮୦ ପରିବାର ରାସନକାର୍ଡ ପାଇଛନ୍ତି । ଏହି ସମସ୍ତ କାର୍ଡଧାରୀ ଜିଲ୍ଲାର ୫ଟି ବ୍ଲକରେ ରହିଛନ୍ତି । ଏବେ ବି ଝାରସୁଗୁଡା ଜିଲ୍ଲାରେ ୯୮୫୬ ପରିବାର ରାସନକାର୍ଡ ପାଇବାପାଇଁ ଆବେନ କରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ କେହି ମୃତ୍ୟୁବରଣ କରିଥିବା ସୂଚନା ସରକାରଙ୍କ ପାଖରେ ନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।