14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶକଇଁଚି ପାଇଁ ବିମାନବନ୍ଦରରେ ଆତଙ୍କ

କଇଁଚି ପାଇଁ ବିମାନବନ୍ଦରରେ ଆତଙ୍କ

ଟୋକିଓ : ଜାପାନର ନୂଆ ଚିଟୋସ ବିମାନବନ୍ଦରରେ ଏକ କଇଁଚି ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା । ସାମାନ୍ୟ କଇଁଚି ପାଇଁ ୩୬ଟି ବିମାନ ବାତିଲ କରାଯାଇଥିବା ବେଳେ ଏବଂ ୨୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିଥିଲା । ଜାପାନର ଏହି ବିମାନବନ୍ଦର କଡ଼ା ସୁରକ୍ଷା ପାଇଁ ବେଶ୍ ଜଣାଶୁଣା । ବିମାନବନ୍ଦର ଭିତରେ ଥିବା ଏକ ଖୁଚୁରା ଦୋକାନରୁ କଇଁଚି ଗାଏବ ହୋଇଯାଇଥିବା ଦୋକାନରୁ ସୂଚନା ଦିଆଯାଇଥିଲା । ଏହା ପରେ ଖୋଜା ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଯାଞ୍ଚ ଅତି କମରେ ଦୁଇ ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା । ବିସିସିଆଇର ରିପୋର୍ଟ ଅନୁଯାୟୀ, ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବାରୁ ବିମାନବନ୍ଦରରେ ଯାତ୍ରୀଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା । ଏପରିକି ଅନେକ ଯାତ୍ରୀଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା ।

ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିଲା । ଏଥିରେ ଅନେକ ଯାତ୍ରୀ ପ୍ରଭାବିତ ହେବା ସହ ନିରାଶ ମଧ୍ୟ ହୋଇଥିଲେ । ତେବେ ନିଖୋଜ କଇଁଚି ସେହି ଦୋକାନରୁ ମିଳିଥିଲା । ଯେଉଁଠୁ ଏହା ହଜିଥିବା କୁହାଯାଉଥିଲା । କଇଁଚି ମିଳିବା ପରେ ମଧ୍ୟ ଅଧିକାରୀମାନେ ସେହି କଇଁଚି କି ନୁହେଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାନ୍ତି । ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ବିମାନବନ୍ଦରର ପ୍ରତିନିଧି କହିଛନ୍ତି, ଆମେ ଜାଣୁ ଯେ ଏହା ଏପରି ଏକ ଘଟଣା, ଯାହା ଅପହରଣ କିମ୍ବା ଆତଙ୍କବାଦ ସହ ମଧ୍ୟ ଜଡ଼ିତ ହୋଇପାରେ । ତେଣୁ ପୂର୍ଣ୍ଣ ପରିଚାଳନା ତଥା ସଚେତନତା ପାଇଁ ଆମେ ପୁଣି ଥରେ କାର୍ଯ୍ୟ କରିବୁ । ସୂଚନାଯୋଗ୍ୟ, ଏହି ବିମାନବନ୍ଦର ୧୯୯୮ରେ ହକ୍କାଇଡୋର ବୃହତ୍ତମ ବିମାନବନ୍ଦର ନ୍ୟୁ ଚିଟୋସ ଖୋଲାଯାଇଥିଲା । ଜାପାନର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଏହା ଅନ୍ୟତମ । ୨୦୨୨ରେ ବିମାନବନ୍ଦର ୧୫ ମିଲିୟନରୁ ଅଧିକ ଯାତ୍ରୀଙ୍କୁ ସ୍ୱାଗତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking