18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଜାମସେଦପୁରରେ କ୍ରାଶ୍‌ ହେଲା ବିମାନ; ୨ ପାଇଲଟ୍‌ ନିଖୋଜ

ଜାମସେଦପୁରରେ କ୍ରାଶ୍‌ ହେଲା ବିମାନ; ୨ ପାଇଲଟ୍‌ ନିଖୋଜ

ନୂଆଦିଲ୍ଲୀ : ଜାମସେଦପୁରରେ ଘଟିଛି ବଡ଼ ଦୁର୍ଘଟଣା। କ୍ରାଶ୍‌ ହେଲା ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମ୍‌ ଖସି ପଡିଲା। ଏଥିରେ ଥିବା ଦୁଇ ଜଣ ପାଇଲଟ୍‌ ନିଖୋଜ ଅଛନ୍ତି। ମଙ୍ଗଳବାର ସକାଳ ୧୧ଟାରେ ଜାମସେଦପୁର ସୋନାରୀ ବିମାନବନ୍ଦରରୁ ଆଲକେମିଷ୍ଟ ଆଭିଏସନ୍‌ର ଏକ ଟୁ-ସିଟ୍‌ର୍‌ ଟ୍ରେନି ବିମାନ ଉଡାଣ ଭରିଥିଲା। ତେବେ ଟେକ୍‌ ଅଫ୍‌ର କିଛି ମିନିଟ୍‌ ମଧ୍ୟରେ ହିଁ ବିମାନଟି ଚଣ୍ଡିଲ ଡ୍ୟାମରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା କ୍ୟାପଟେନ ଶୁତ୍ରନନ୍ଦ ଏବଂ ଟ୍ରେନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତଙ୍କ କୌଣସି ପତ୍ତା ମିଳୁନାହିଁ। ଟ୍ରେନି ପାଇଲଟ୍ ଶୁଭ୍ରୋଦୀପ ଦତ୍ତା ଆଦିତ୍ୟପୁରର ହୋଇଥିବାବେଳେ କ୍ୟାପଟେନ ଶୁତ୍ରନନ୍ଦ ପାଟନାର ବାସିନ୍ଦା ବୋଲି ଜଣାପଡିଛି।କୁହାଯାଉଛି ଯେ ବିମାନଟି ବିମାନ ଉଡ଼ାଣର ମାତ୍ର ୧୫ ମିନିଟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଏହାପରେ ବିମାନ ନିଖୋଜ ସମ୍ପର୍କରେ ସୋନାରୀ ବିମାନବନ୍ଦର ଏବଂ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ଆଲକେମିଷ୍ଟ ଆଭିଏସନ କମ୍ପାନୀର ମାଲିକ ମୃଣାଳ କାନ୍ତି ପାଲଙ୍କ ଠାରୁ ସାହାଯ୍ୟ ମାଗିବା ପରେ ପୂର୍ବ ସିଂହଭୂମ ଏବଂ ସେରାଇକେଲା ପୁଲିସ ପ୍ରଶାସନ ବିମାନ ଖୋଜାଖୋଜି ଆରମ୍ଭ କରିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ଗତକାଲି ବିମାନଟି ମଧ୍ୟାହ୍ଣ ସମୟରେ ନିମଡିହ ନିକଟରେ ଥିବା ପାହାଡ ଉପରେ ଘୁରି ବୁଲିଥିଲା। ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ୟାମ୍‌କୁ ଖସି ପଡିଥିଲା। ଏହି ସୂଚନାକୁ ଆଧାର କରି ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଜାମସେଦପୁର ପୁଲିସର ତଦନ୍ତ ସମୟରେ କ୍ୟାପଟେନ ପାଇଲଟ ଏବଂ ଟ୍ରେନି ପାଇଲଟଙ୍କ ଶେଷ ଲୋକେସନ୍‌ ଚାନ୍ଦିଲ ଡ୍ୟାମର ନିମଡିହରେ (ପଶ୍ଚିମବଙ୍ଗ ସୀମା ନିକଟରେ) ରାତି ୧୧.୧୯ ରେ ମିଳିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking