ଭୁବନେଶ୍ୱର: ଯୁକ୍ତ୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ସ୍ପଟ ମେଧା ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ମୋଟ ୨୬,୮୦୬ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି। ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା ୨୨ ତାରିଖ ଅପରାହ୍ନ ୧୨ଟାରୁ ୨୮ତାରିଖ ସନ୍ଧା ୬ଟା ମଧ୍ୟରେ ନାମଲେଖାଇବେ। ପ୍ରଥମ ପର୍ଯ୍ୟାୟ ସ୍ପଟ ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳା ବିଭାଗରେ ୧୭,୩୫୨ଜଣ ଥିବା ବେଳେ ବିଜ୍ଞାନରେ ୫,୬୯୬, ବାଣିଜ୍ୟରେ ୨,୬୦୨ ଜଣ, ସଂସ୍କୃତରେ ୩୮୧ ଓ ଧନ୍ଦାମୂଳକ ଶିକ୍ଷାରେ ୭୭୫ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେହିପରି ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୩,୭୦୮ଜଣ ଛାତ୍ରୀ ଥିବା ବେଳେ ୧୩,୦୯୮ଜଣ ଛାତ୍ର ରହିଛନ୍ତି। ତେବେ ୧୬,୮୧୮ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପ୍ରଥମ ପସନ୍ଦ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ପାଇଁ ଚୟନ ହୋଇଛନ୍ତି। ସୂଚନାଯୋଗ୍ୟ, ସମୁଦାୟ ୪୫,୧୦୪ ଜଣ ଛାତ୍ରଛାତ୍ରୀ ସ୍ପଟ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଥିଲେ।










