28.1 C
Bhubaneswar
Wednesday, December 17, 2025
Homeଓଡିଶା୫୦୦ ଆଦିବାସୀ ଗାଁର ରୂପ ବଦଳିବ

୫୦୦ ଆଦିବାସୀ ଗାଁର ରୂପ ବଦଳିବ

ଭୁବନେଶ୍ୱର: ରାଜ୍ୟର ୫୦୦ ଆଦିବାସୀ ଗାଁର ବଦଳିବ ରୂପ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ପିଏମ୍‌ଏୱାଇର ଅନୁଦାନ ୧ ଲକ୍ଷ ୨୦ ହଜାରରୁ ୧ ଲକ୍ଷ ୮୦ ହଜାରକୁ ବୃଦ୍ଧି ହେବ । ଏନେଇ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେବା ସହ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍ସ ଆସିବ । ସୋମବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ୍ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ । ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲାଗୁ କରି ବର୍ଷକରୁ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୦୦ ଆଦିବାସୀ ଗାଁକୁ ଉନ୍ନତି କରିବା ପାଇଁ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି । ଯେଉଁ ଗାଁଗୁଡ଼ିକରେ ୮୦ରୁ ୯୦ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି ସେହିସବୁ ଗାଁଗୁଡିକୁ ଚିହ୍ନଟ କରାଯାଇ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ । ବିଶେଷକରି ଆଦିବାସୀ ଗାଁଗୁଡ଼ିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ସହ  ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲଜାତ ଦ୍ରବ୍ୟର ବିକ୍ରି, ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତ କରାଯିବ । ମାତୃଶକ୍ତିକୁ ଅଧିକ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରାଯିବ । ପରବର୍ତ୍ତା ପର୍ଯ୍ୟାୟରେ ଆଉ ଅଧିକ ଗାଁକୁ ବିକଶିତ କରାଯବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ମନ୍ତ୍ରୀ ପୁଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ । ଉକ୍ତ ଯୋଜନାରେ ଗାଇଡ୍‌ଲାଇନ୍ କରାଯାଇ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ । ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର । ସେହିପରି ପୂର୍ବ ସରକାର ନିର୍ବାଚନ ପାଇଁ ଲାଗୁ କରିଥିବା ‘ମୋ ଘର’ ଯୋଜନାର କୌଣସି ଲୋକ ଉପକୃତ ହୋଇ ନାହାନ୍ତି । ଉକ୍ତ ଯୋଜନାର କୌଣସି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ ବି ନାହିଁ । ୩ ଲକ୍ଷ ଟଙ୍କାର ଋଣ କରିବା କଥା ଲୋକ ଶୁଣିବା ପରେ ଚାଲି ଯାଉଛନ୍ତି । ତେଣୁ ତାହା ଉପରେ ନିଷ୍ପତ୍ତି ହୋଇନାହିଁ । ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କାକୁ୨୦ ହଜାର ଟଙ୍କାକୁ ବୃଦ୍ଧି ହେବ ।  ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking