24.1 C
Bhubaneswar
Friday, February 6, 2026
Homeଓଡିଶାଆରମ୍ଭରୁ ହଟ୍ଟଗୋଳ ; ୧୧ଟା ୪୧ ଯାଏଁ ଗୃହ ମୁଲତବୀ

ଆରମ୍ଭରୁ ହଟ୍ଟଗୋଳ ; ୧୧ଟା ୪୧ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭରେ ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଏହାକୁ ସମର୍ଥନ କରିଥିଲେ। ପରେ ପ୍ରଶ୍ନକାଳ ଆରମ୍ଭ ହେବାରୁ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। କଲେଜରେ ଛାତ୍ର ସଂସଦ ନିର୍ବାଚନ ଦାବି କରି ହଟ୍ଟଗୋଳ କରିଥିଲେ। କାହିଁକି ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ତାରା ପ୍ରସାଦ। ସେପଟେ ବିଜେଡି ବିଧାୟକ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ।ବିରୋଧୀଙ୍କ ହଟ୍ଟେଗୋଳ ଯୋଗୁଁ ୧୧. ୪୧ ଯାଏଁ ଗୃହ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking