16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶକଲକାତାରେ ଜାରି ହେଲା ୧୬୩ ଧାରା

କଲକାତାରେ ଜାରି ହେଲା ୧୬୩ ଧାରା

କଲକାତା : ସ୍ଥାନୀୟ ଆରଜି କର ମେଡିକାଲ କଲେଜର ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀ (ଟ୍ରେନି ଡାକ୍ତର)ଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନ ଜାରି ରହିଛି। କଲକାତା ସହର ଓ ଉକ୍ତ ମେଡିକାଲ କଲେଜ ଆଖପାଖ ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ନିୟମିତ ବିକ୍ଷୋଭ କରାଯାଉଥିବାବେଳେ ଏହାକୁ ରୋକିବା ଲାଗି ପୁଲିସ କଟକଣା ଜାରି କରିଛି। କଟକଣା ଅନୁଯାୟୀ ଆରଜି କର ମେଡିକାଲ କଲେଜ ପରିସର ଓ ଏହାର ଆଖପାଖ ଅଞ୍ଚଳରେ କଲକାତା କମିସନରେଟ୍ ପୁଲିସ ୭ଦିନ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍‌)ର ୧୬୩ ଧାରା (ପୂର୍ବରୁ ଯାହା ସିଆରପିସିର ୧୪୪ ଧାରା) ଜାରି କରିଛି। ବିଏନଏସଏସ୍‌ର ୧୬୩ ଧାରା ଅନୁଯାୟୀ ମେଡିକାଲ କଲେଜ ଆଖପାଖରେ କୌଣସି ପ୍ରକାର ଶୋଭାଯାତ୍ରା, ବୈଠକ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ ନାହିଁ। ଏପରିକି କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କଲକାତା ପୁଲିସ କମିସନର ବିନୀତ କୁମାର ଗୋୟଲଙ୍କ କହିବା ଅନୁଯାୟୀ ଅଗଷ୍ଟ ୧୮ରୁ ୭ଦିନ ପାଇଁ ଏହି କଟକଣା ବଳବତ୍ତର ରହିବ। ଛାତ୍ରୀ ହତ୍ୟାକୁ ନେଇ ବୁଧବାର ଆରଜି କର ମେଡିକାଲ କଲେଜରେ କେତେକ ଲୋକ ବ୍ୟାପକ ଭଙ୍ଗାରୁଜା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking