14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବଡ଼ ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ

ବଡ଼ ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏକ ରେକର୍ଡ କରିଛନ୍ତି । ସେ ୭ ବର୍ଷ ୧୪୯ ଦିନ କ୍ରମାଗତ ଭାବରେ ଏହି ପଦବୀରେ ଅବସ୍ଥାପିତ ହୋଇଥିବା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଯୋଗ ଆଦିତ୍ୟନାଥ ୨୦୨୨ରୁ ୟୁପି ବିଧାନସଭାରେ ଗୋରଖପୁର ସହରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ୨୦୧୭ରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ଯୋଗୀ ମାର୍ଚ୍ଚ ୧୯, ୨୦୧୭ଠାରୁ କ୍ରମାଗତ ଭାବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ କାର‌୍ୟ୍ୟ କରିଆସୁଛନ୍ତି । ଦୀର୍ଘ ଦିନ ଧରି ୟୁପିର ମୁଖ୍ୟମନ୍ତ୍ରୀ ହେବା ଦୃଷ୍ଟିରୁ କଂଗ୍ରେସର ସାମୁର୍ନାନନ୍ଦ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୨୮ ଡିସେମ୍ବର ୧୯୫୪ ରୁ ୭ ଡିସେମ୍ବର ୧୯୬୦ ପର‌୍ୟ୍ୟନ୍ତ ୫ ବର୍ଷ ୩୪୫ ଦିନ ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ । ସମାଜବାଦୀ ପାର୍ଟିର ମୁଲାୟମ ସିଂ ଯାଦବ, ଯିଏ ତିନିଥର ମୁଖ୍ୟମନ୍ତ୍ରୀ ଥିଲେ, ମୋଟ ୬ ବର୍ଷ ୨୭୪ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଏଥି ସହିତ ଚାରିଥର ମୁଖ୍ୟମନ୍ତ୍ରୀ ଥିବା ମାୟାବତୀ ମଧ୍ୟ ଯୋଗୀଙ୍କ ରେକର୍ଡଠାରୁ ବହୁ ପଛରେ ଅଛନ୍ତି ।

ମାୟାବତୀ ସମୁଦାୟ ୭ ବର୍ଷ ୧୬ ଦିନ ମୁଖ୍ୟମନ୍ତ୍ରୀ ଥିଲେ । ଏସପିରୁ ସିଏମ ଥିବା ଅଖିଳେଶ ଯାଦବ ମଧ୍ୟ ମାତ୍ର ୫ ବର୍ଷ ୪ ଦିନ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଯୋଗୀ ବର୍ତ୍ତମାନ ସେହି ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି, ଯାହାଙ୍କ ନେତୃତ୍ୱରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏକ ଦଳର ସରକାର ଗଠନ କରାଯାଇଛି । ଯୋଗୀ ୨୫ ମାର୍ଚ୍ଚ ୨୦୨୨ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାବେଳେ ସେ ନାରାୟଣ ଦତ୍ତ ତିୱାରୀଙ୍କ ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ । ୧୯୮୫ରେ ଅବିଭକ୍ତ ୟୁପିରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ନାରାୟଣ ଦତ୍ତ ତିୱାରୀ ଏକ ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ଯୋଗୀ ଏହାକୁ ମଧ୍ୟ ଭାଙ୍ଗିଥିଲେ । ୧୯୭୬-୭୭ ମସିହାରେ ତିୱାରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ତେବେ ସେହି ସମୟରେ ରାଷ୍ଟ୍ରପତି ଶାସନ ବଳବତ୍ତର ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking