27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଏମ୍‌ପକ୍ସ ଆତଙ୍କ : ପାକିସ୍ତାନର ୩ ରୋଗୀ ଏମ୍‌ପକ୍ସ ପଜିଟିଭ୍

ଏମ୍‌ପକ୍ସ ଆତଙ୍କ : ପାକିସ୍ତାନର ୩ ରୋଗୀ ଏମ୍‌ପକ୍ସ ପଜିଟିଭ୍

ଇସଲାମାବାଦ : ସ୍ବିଡେନ ପରେ ପାକିସ୍ତାନର ପ‌ଖତୁନଖ୍ୱା ପ୍ରଦେଶରେ ଭୂତାଣୁଜନିତ ଏମ୍‌ପକ୍ସ ରୋଗରେ ୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ରୋଗୀ ସହ ଘନିଷ୍ଠ ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ସଂକ୍ରମିତ ହୋଇଥାଏ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଏହି ରୋଗୀମାନେ ପାକିସ୍ତାନ ଆସିବା ପରେ ରୋଗ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମେ ଏହି ରୋଗ କଙ୍ଗୋରେ ଦେଖାଦେଇଥିବା ବେଳେ ତାହା ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଲାଣି। ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିଛି।
ପାକିସ୍ତାନରେ ପୂର୍ବରୁ ଏମ୍‌ପକ୍ସ ମାମଲା ସାମ୍ନାକୁ ଆସିଥିଲେ ହେଁ ନିକଟରେ ରୋଗୀଙ୍କଠାରେ କେଉଁ ଭାରିଆଣ୍ଟ ଚିହ୍ନଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଗୁରୁବାର ସ୍ୱିଡେନରେ ଏମ୍‌ପକ୍ସ ଭୂତାଣୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ସ୍ୱାସ୍ଥ୍ୟ ଓ ସାମାଜିକ ବ୍ୟାପାର ମନ୍ତ୍ରୀ ଜାକବ ଫୋର୍ସମେଡ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସ୍ୱିଡେନରେ ଅଧିକ ଗମ୍ଭୀର ପ୍ରକାରର ଏମ୍‌ପକ୍ସ ମାମଲା ରହିଛି, ଯାହାକୁ କ୍ଲେଡ ଆଇ କୁହାଯାଏ। ଏମ୍‌ପକ୍ସ ସଂକ୍ରମଣ ସାଧାରଣତଃ ସାମାନ୍ୟ ହୋଇଥାଏ କିନ୍ତୁ ବିରଳ କ୍ଷେତ୍ରରେ ମୃତ୍ୟୁର କାରଣ ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking