19.1 C
Bhubaneswar
Tuesday, January 20, 2026
Homeଓଡିଶାନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର

ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର

ବଲାଙ୍ଗିର : ନିଖୋଜ ଯୁବକଙ୍କ ମିଳିଲା ମୃତ ଦେହ । ଗତକାଲିଠୁ ନିଖୋଜ ଥିଲେ ଆଜି ପାଣି ଭର୍ତ୍ତି ଗାତରୁ ମିଳିଲା ତାଙ୍କ ମୃତ ଦେହ । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡ଼ବାଙ୍କୀ ଗାଁର ସ୍କୁଲ ନିକଟରେ ଥିବା ଗାତରୁ ମୃତଦେହ ଠାବ କରାଯାଇଛି। ମୃତ ବ୍ୟକ୍ତି ଜଣକ ବଡ଼ବାଙ୍କୀ ଗାଁର ଜଳନ୍ଧର ମାଝୀ। ଗତକାଲି ଜଳନ୍ଧର ଘରୁ ବାହାରକୁ ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ବଡ଼ବାଙ୍କୀ ଗାଁର ସ୍କୁଲ ନିକଟରେ ଥିବା ପାଣି ଭର୍ତ୍ତି ଗାତରୁ ଜଳନ୍ଧରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ତୁରେକେଲା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।ଜଳନ୍ଧରଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ଜଳନ୍ଧରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking