କନ୍ଧମାଳ : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ସୁପରଭାଉଜର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ସୁପରଭାଇଜର ଶୈଳବାଳା ସାହୁ। ଅଙ୍ଗନୱାଡ଼ିକୁ ଅପ୍ ଗ୍ରେଡ କରିବା ସହିତ ବକେୟା ଓ ଅନ୍ୟ ଦରମା କରି ଦେବାକୁ କହି ଅଙ୍ଗନୱାଡ଼ି କର୍ମୀ ପ୍ରେମଶିଳା କହଁରଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଫୁଲବାଣୀ ଭିଜିଲାନ୍ସ ଟିମ୍। ଫିରିଙ୍ଗିଆ ସିଡ଼ିପିଓ ଅଫିସ୍ ରେ ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ। ତାଙ୍କୁ ଗିରଫ କରିବା ପରେ ଫୁଲବାଣୀ ୟୁନିଟ ଅଫିସ୍ ଅଣାଯାଇଛି। ଏହା ସହିତ ତାଙ୍କର ଅଫିସ ଘର , ଫୁଲବାଣୀ ଡାକପାଜୁ ଭଡ଼ା ଘରେ ଏକକାଳୀନ ଭାବେ ଚଢାଉ କରି ଯାଞ୍ଚ୍ କରୁଛି ଭିଜିଲାନ୍ସ। ଭିଜିଲାନ୍ସ ଟିମରେ ଡିଏସପି ହେମନ୍ତ କୁମାର ମହାନ୍ତି,କୁମୁଦିନୀ ସାହୁ,ମନୋଜ ନାୟକ ପ୍ରମୁଖ ଥିଲେ। ଗିରଫ ସୁପରଭାଇଜରଙ୍କ ପୈତୃକ ଘର ନୟାଗଡ଼ ଜିଲ୍ଲା ଗଣିଆରେ ବୋଲି ଡିଏସପି ସୂଚନା ଦେଇଛନ୍ତି। ସଂପୂର୍ଣ୍ଣ ତଦନ୍ତ ପରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ତାଙ୍କୁ। ପୂର୍ବରୁ ଅଭିଯୋଗକାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ନେଇଥିଲେ। ଏହିପରି ଲକ୍ଷାଧିକ ଟଙ୍କା ଅସୁଲ କରିଛନ୍ତି ବୋଲି କହିଛନ୍ତି ସଲାଗୁଡ଼ା ସରପଞ୍ଚ।










