17.1 C
Bhubaneswar
Monday, November 25, 2024
Homeଓଡିଶାଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ଜାରି

ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ଜାରି

ଭୁବନେଶ୍ବର : ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିବା ସହ ଏହା ବାୟୁମଣ୍ଡଳରେ ଉଚ୍ଚତା ସହ ଦକ୍ଷିଣପଶ୍ଚିମ ଦିଗ ଆଡକୁ ରହିଛି l ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଆଗାମୀ ୨ ରୁ ୩ ଦିନ ଯାଏଁ ଗତି କରିବାର ସମ୍ଭାବନା ରହିଛି l ଏହାର ପ୍ରଭାବ ରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଏହାସହ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହି ସ୍ଥାନରେ ୭ ସେମି ରୁ ୨୦ ସେମି ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହାସହିତ ଉକ୍ତ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ଯାହା ୨୦ ସେମିରୁ ଅଧିକ ହେଇପାରେ ବୋଲି ସମ୍ଭାବନା ରହିଛି l ସେହିପରି ଆସନ୍ତା କାଲି ମଧ୍ୟ ବିସ୍ତୃତି ବର୍ଷା ସହ କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking