18.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଶେଖ୍ ହସିନାଙ୍କ ବିରୋଧରେ ହତ୍ୟା ମାମଲା

ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା ମାମଲା

ଢ଼ାକା:  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କୁ ମିଶାଇ ମୋଟ୍ ୭ଜଣଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଗତ ମାସରେ ବାଂଲାଦେଶରେ ସଂଘଠିତ ହିଂସାତ୍ମକ ସଂଘର୍ଷରେ ଜଣେ ଗ୍ରୋସରୀ ଷ୍ଟୋର୍ ମାଲିକଙ୍କ ମୃତ୍ୟୁ ଘଟଣାରେ ଏହି ମାମଲା ରୁଜୁ ହୋଇଛି । ମହମ୍ମଦପୁରରେ କୋଟା ଆନ୍ଦୋଳନକୁ ସମର୍ଥନ କରି ଜୁଲାଇ ୧୯ ତାରିଖରେ ଏକ ରାଲି ସମୟରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ଗ୍ରୋସରୀ ଷ୍ଟୋର ମାଲିକ ଅବୁ ସୟଦଙ୍କ ଶୁଭେଚ୍ଛୁମାନେ ଏହି ମାମଲା ରୁଜୁ କରିଛନ୍ତି । ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଆୱାମୀ ଲିଗ୍ ସାଧାରଣ ସମ୍ପାଦକ ଓବାଇଦୁଲ କାଦର, ପୂର୍ବତନ ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ କମଲ ଏବଂ ପୂର୍ବତନ ପୁଲିସ ଇନ୍ସପେକ୍ଟର ଜେନେରାଲ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନ୍ । ଏହି ମାମଲାରେ ଅନେକ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀ ଓ ସରକାରୀ ଅଧିକାରୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଥିବା ଜଣାପଡିଛି । ତେବେ ବାଂଲାଦେଶ ସରକାରଙ୍କ ବିବାଦୀୟ ସଂରକ୍ଷଣ କୋଟା ବ୍ୟବସ୍ଥା ବିରୋଧରେ ବ୍ୟାପକ ପ୍ରତିବାଦ ପରେ ଗତ ସପ୍ତାହରେ ଇସ୍ତଫା ଦେଇ ଭାରତ ପଳାଇଥିବା ୭୬ ବର୍ଷୀୟ ହସିନାଙ୍କ ବିରୋଧରେ ଏହା ପ୍ରଥମ ଅପରାଧିକ ମାମଲା ଭାବେ ରୁଜୁ ହୋଇଛି । ଅଗଷ୍ଟ ୫ରେ ଶେଖ୍ ହସିନାଙ୍କ ସରକାର ଭାଙ୍ଗିବା ପରେ ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଜୁଲାଇ ଆରମ୍ଭରୁ ଚାଲିଥିବା ବିକ୍ଷୋଭରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୬୦ରେ ପହଞ୍ଚିଛି । ଇତି ମଧ୍ୟରେ ସେଠାରେ ମଧ୍ୟବର୍ତ୍ତିକାଳୀନ ସରକାର ଗଠନ ହୋଇଛି, ଯେଉଁଥିରେ ୮୪ ବର୍ଷୀୟ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ମୁଖ୍ୟ ପରାମର୍ଶଦାତା ଅଛନ୍ତି । ୟୁନୁସ୍ ଗତ ସପ୍ତାହରେ ତାଙ୍କର ୧୬ ଜଣିଆ ପରାମର୍ଶଦାତା ପରିଷଦ ଘୋଷଣା କରିଥିଲେ । ତେବେ ବାଂଲାଦେଶରେ ଏବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ୟୁନୁସ ସରକାର ନିଜ ଅସମର୍ଥତା ପ୍ରକାଶ କରିଛନ୍ତି । ହିନ୍ଦୁ ବିରୋଧୀ ହିଂସାକାଣ୍ଡ ରୋକିବା ଦିଗରେ କାମଚଳା ସରକାର ଅସମର୍ଥ ହୋଇଥିବା ୟୁନୁସ ସ୍ୱୀକାର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking