17.1 C
Bhubaneswar
Tuesday, December 9, 2025
Homeଓଡିଶାବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାର ତଦନ୍ତ ଆରମ୍ଭ

ବଡ଼ ଠାକୁରଙ୍କୁ ପକାଇ ଦେବା ଘଟଣାର ତଦନ୍ତ ଆରମ୍ଭ

ପୁରୀ : ଆଡ଼ପ ପହଣ୍ଡି ବେଳେ ଅଘଟଣ ଘଟଣାର ତଦନ୍ତ ଆରମ୍ଭ । ରଥଯାତ୍ରା ସମୟରେ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କୁ ପକାଇ ଦେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୂର୍ବରୁ ଗଠନ ହୋଇଥିବା ୩ ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି । ବଳଭଦ୍ର ବାଡ଼ଗ୍ରାହୀଙ୍କୁ ଡାକି କମିଟି ପଚରାଉଚରା ଜାରି କରିଛି । ସେହିପରି ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ସୂଚନାଯୋଗ୍ୟ, ଜୁଲାଇ ୯ ତାରିଖରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବୀଜେ କରୁଥିବାବେଳେ ପହଣ୍ଡି ସମୟରେ ରଥ ଉପରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା । ବଡ଼ ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବା ବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ । ଏଥିରେ କିଛି ସେବାୟତ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ କରିବାକୁ ତତ୍କାଳୀନ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଏକ ତିନି ଜଣିଆ କମିଟି ଗଠନ କରିଥିଲେ । ଏହି କମିଟିରେ ଜଣେ ଏଡିଏମ୍‌, ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସ୍‌ପି ରହିଛନ୍ତି । ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking