18.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଗାଜାର ଅଧିକ ଅଞ୍ଚଳ ଖାଲି କରିବାକୁ ଇସ୍ରାଏଲ୍‌ର ନିର୍ଦ୍ଦେଶ

ଗାଜାର ଅଧିକ ଅଞ୍ଚଳ ଖାଲି କରିବାକୁ ଇସ୍ରାଏଲ୍‌ର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଯୁଦ୍ଧରେ ଘରଦ୍ୱାର ହରାଇ ଗାଜା ସହରର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶତାଧିକ ଲୋକ ଶନିବାର ଇସ୍ରାଏଲ୍ ସେନାର ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିଲେ । ଉକ୍ତ ସ୍କୁଲ ପରିସରରେ ହମାସ୍ ଆତଙ୍କବାଦୀ ରହୁଥିଲେ ଏବଂ ଆକ୍ରମଣରେ ୧୯ ଆତଙ୍କବାଦୀ ନିହତ ହୋଇଥିବା ଇସ୍ରାଏଲ୍ ଦାବି କରିଛି ।

ଇସ୍ରାଏଲ୍ ସେନା ଦକ୍ଷିଣ ଗାଜାରେ ଆକ୍ରମଣକୁ ଜୋର୍‌ଦାର କରିବାକୁ ଯାଉଥିବାରୁ ବ୍ୟାପକ ଅଞ୍ଚଳ ଖାଲି କରିବା ପାଇଁ ରବିବାର ନିର୍ଦ୍ଦେଶନାମା ଜାରି କରିଛି । ହମାସ୍ ଏବଂ ଇସ୍ରାଏଲ୍ ମଧ୍ୟରେ ୧୦ ମାସ ଧରି ଯୁଦ୍ଧ ଲାଗିରହିଥିବାବେଳେ ୨୩ ଲକ୍ଷ ପାଲେଷ୍ଟିନୀୟଙ୍କ ମଧ୍ୟରୁ ଅଧିକାଂଶ ଘରଦ୍ୱାର ହରାଇ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି । ହମାସ୍ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ମଧ୍ୟରେ ଲୁଚି ରହି ଆକ୍ରମଣ ଚଳାଇଥିବାରୁ ଗାଜାର ଦ୍ୱିତୀୟ ବୃହତ୍ ସହର ଖାନ୍ ୟୁନିସ୍‌କୁ ଖାଲି କରିବା ପାଇଁ ଇସ୍ରାଏଲ୍ ସେନା ନିର୍ଦ୍ଦେଶ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking