18.1 C
Bhubaneswar
Friday, December 26, 2025
Homeଓଡିଶାହାର୍ଡକୋର ମହିଳା ନକ୍ସଲ ସହ ୫ ନକ୍ସଲ ଗିରଫ

ହାର୍ଡକୋର ମହିଳା ନକ୍ସଲ ସହ ୫ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଗଦିରାସ ଥାନା ଅଂଚଳରେ କେଲାପାଲ ଏବଂ ମଲେଙ୍ଗର ଏରିଆ କମିଟିର ନକ୍ସଲ କ୍ୟାମ୍ପ କରି ରହିଥିବା ଖବର ପାଇବା ପରେ ସୁକମା ପୁଲିସ ଚଢାଉ କରିଥିଲା। ଏହି ଚଢାଉରେ ହାର୍ଡକୋର ମହିଳା ନକ୍ସଲ ମାଡବୀ ଦେବା ଗିରଫ ହୋଇଥିଲା। ମାଡବୀ ଦେବା ଗତ ୨୦୧୩ରେ ଝିରମ ଘାଟିରେ ହୋଇଥିବା ନରସଂହାରରେ ସାମିଲ ଥିଲା। କଂଗ୍ରେସ ନେତାଙ୍କୁ ହତ୍ୟା କରିବା,୨୦୧୪ରେ ସୁକମା –ଜଗଦଲପୁର ରାସ୍ତାର ଟେକଵାଡା ଠାରେ ପୁଲିସ ଉପରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ୧୫ ଜଣ ଯବାନ ସହିଦ ହୋଇଥିଲେଏବଂ ୨୦୧୯ରେ ଶ୍ୟମଗିରିରେ ବିଜେପି ବିଧାୟକକୁ ହତ୍ୟା କରିବା ସହ ସୁକମା,ଦନ୍ତେଵାଡା,ଓଡିଶାରେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। ୨୦୧୧-୧୨ରେ ଦରଭା ଡିଭିଜନରେ ଥିବା ସମୟରେ ଆମ୍ବୁସ ଲଗାଇ ପୁଲିସ ଉପରେ ଆକ୍ରମଣ କରିଥିଲା।ଯେଉଁ ଆକ୍ରମଣରେ ୪ ଯବାନ ସହିଦ ହୋଇଥିଲେ।ସରକାର ମାଡବୀ ଦେବା ଉପରେ ୫ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ପୁଲିସ ମାଡବୀ ଦେବାକୁ ଗିରଫ କରିବା ସମୟରେ ତାନିକଟରୁ ଗୋଟିଏ ଟିଫିନ ବୋମା,୧୦ ମିଟର ବିଦ୍ୟୁତ ତାର,୨ ମିଟର କୋଡେକ୍ସଲ ତାର,ଟର୍ଚ୍ଚ ବ୍ୟାଟେରି ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା।ସେହିପରି ବିଜାପୁର ପୁଲିସ ବାସାଗୁଡା ଥାନା ଅଂଚଳରେ ଚଢାଉ କରି ମଲ୍ଲେପଲ୍ଲୀ ବଣ୍ଡାଗୁଡା ନିକଟରେ ୪ ଜଣ ନକ୍ସଲକୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଡିକେଏମଏସ ଅଧ୍ୟକ୍ଷ ଉଇକା ଲକ୍କୁ,ମିଡିୟମ ଲଚ୍ଚୁ,ସତିଶ ମିଡିୟମ ଅରଫ ମହେଶ ଏବଂ ମିଡିୟମ କମଲା ଓରଫ ସୋମେକୁ ପୁଲିସ ଗିରଫ କରିଛି।ଏମାନେ ଗତ ୨୦୦୯ ମସିହାରୁ ସଂଗଠନରେ ଜଡିତ ହୋଇ ବହୁ ହିଂସାରେ ଜଡିତ ଥିଲେ। ଉଇକା ଲଚ୍ଚୁ ନାମରେ ସରକାର ୧ ଲକ୍ଷ ଟଂକା ପୁରସ୍କାର ଘୋଷିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking