କଟକ : କଟକ ଜିଲ୍ଲା ନୂଆଗାଁ-ଖଜୁରିପଦା ରାସ୍ତା ଚାରିଛକରେ ଅଙ୍ଗନବାଡ଼ି ଦିଦିଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ତାଙ୍କ ନାଁ ଭାରତୀ ଜେନା। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଭାରତୀ ନିଜ ଘରୁ ସ୍କୁଟି ଯୋଗେ ଅନୁକାରୀ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିଲେ। ଏହି ସମୟରେ ନୂଆଗାଁ-ଖଜୁରିପଦା ରାସ୍ତା ଚାରିଛକରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ଓ ତାଙ୍କଠାରୁ ଲୁଟ୍ପାତ କରିବା ପାଇଁ ଚେଷ୍ଟା କରିଥିଲେ।ପରେ ଦୁର୍ବୃତ୍ତମାନେ ଅଙ୍ଗନବାଡ଼ି ଦିଦିଙ୍କୁ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।









