20.1 C
Bhubaneswar
Thursday, January 16, 2025
Homeଓଡିଶା୧୦ ଜିଲ୍ଳାର ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ସତର୍କ ନିର୍ଦ୍ଦେଶ

୧୦ ଜିଲ୍ଳାର ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ସତର୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲା ଯଥା- ସମ୍ବଲପୁର, ସୋନେପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହହପୁର ଓ କେନ୍ଦ୍ରାପଡାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି । ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି । ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।

ପାଣି ପ୍ରବାହିତ ହେଉଥିବା ରାସ୍ତା, ବ୍ରିଜ ଉପରେ ଯାଆସ ନକରିବାକୁ ବାରଣ କରାଯାଇଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇ ଯୋକୁ ନଦୀ ଅବବାହିକାର ଥିବା ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । କଟକ ଜିଲ୍ଲା ଆଠଗଡ଼ର ବଡ଼ଭୂଇଁ ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୨ ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି ଉତ୍ତରବାଙ୍କୀ ଘୋଡ଼ାବରଠାରେ ହୁଳୁହୁଳି ପୋଲ ଦେଇ ମହାନଦୀ ବନ୍ୟା ଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି । ସେହିପରି ମହାନଦୀରେ ଦ୍ୱିତୀୟ ବନ୍ୟା ପାଣି ଆସିବାରୁ ଉଛୁଳିଛି ମହାନଦୀର ଶାଖା ନଦୀ ଋଣ । ଫଳରେ ବାଙ୍କୀର ତାଳବସ୍ତ ଓ ବିଲିପଡା ରାସ୍ତାରେ ୨ ଫୁଟ୍ ପାଣି ପ୍ରବାହିତ ହେଉଛି । ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି । ମହାନଦୀର ଜଳସ୍ତର ବଢୁଥିବାରୁ ଆଗକୁ ଅଧିକ ଅଞ୍ଚଳ ଜଳବନ୍ଦୀ ହେବା ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବାର ସଙ୍କେତ ମିଳୁ ନାହିଁ । ଓଡ଼ିଶା ଉପରେ ଏବେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ବିଶେଷ ବର୍ଷା ନଥିବାରୁ ଅଣଜଳସେଚିତ ଜମିରେ ପାଣିର ଅସୁବିଧା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ସେଭଳି ବର୍ଷା ନାହିଁ । ଜୁନ୍ ପହିଲାରୁ ଅଗଷ୍ଟ ୮ ଅର୍ଥାତ୍ ମୌସୁମୀ ସମୟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି । ଏହି ସମୟ ମଧ୍ୟରେ ୬୫୬.୮ ମିମି ବର୍ଷା ହେବାକୁ ଥିବା ବେଳେ ଆଜି ସୁଦ୍ଧା ୬୧୪.୮ ମିମି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking