15.1 C
Bhubaneswar
Monday, December 8, 2025
Homeଅପରାଧଦରମା ଟଙ୍କା ପାଇଁ ଲଜରେ ମାଲିକକୁ ବୀଭତ୍ସ ହତ୍ୟା

ଦରମା ଟଙ୍କା ପାଇଁ ଲଜରେ ମାଲିକକୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀର ବହୁଚର୍ଚ୍ଚିତ ବ୍ୟବସାୟୀ ନବଘନ ପାଟ୍ଟଶାଣୀଙ୍କ ହତ୍ୟାକାଣ୍ଡ ଉପରୁ ଉଠିଛି ପରଦା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ନବଘନଙ୍କ ସୁପରଭାଇଜର ଓ ଆଉ ଜଣେ ତା’ର ସହଯୋଗୀ ଡ୍ରାଇଭର । ଗତ ୩୦ ଜୁଲାଇରେ ଖଣ୍ଡଗିରି ଛକରେ ରାସ୍ତାରୋକ ଓ ନବଘନଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ଶେଷରେ ମାଟିତଳେ ଲୁଚି ରହିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଗତ ୧୯ ଜୁଲାଇରୁ ନିଖୋଜ ଥିବା ନବଘନଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ କାମ ବୁଝାସୁଝା କରୁଥିବା ସୁପରଭାଇଜର ବଣ୍ଟି ହିଁ ଥିଲା ମୁଖ୍ୟ ଖଳନାୟକ ।ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି,”ଭରତପୁର ଥାନାରେ ଅଭିଯୋଗ ହୋଇଥିବା ନବଘନ ପାଟ୍ଟଶାଣୀ ହତ୍ୟାକାଣ୍ଡ ଘଟଣାରେ ଭରତପୁର ସ୍ପେଶାଲ ସ୍କ୍ୱାର୍ଡ ମିଶି ମୁଖ୍ୟ ଅଭିଯୁକ୍ତ ବଣ୍ଟି ଓରଫ ମୁଜାଫାର କୁମ୍ଭାରକୁ ଗିରଫ କରିଛି । ଏହି ଘଟଣାରେ ସହାୟତା କରିଥିବା ଡ୍ରାଇଭର ବିଜୟ ନାୟକକୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତ ବଣ୍ଟି ଯେ କି ନବଘନଙ୍କ ବ୍ୟବସାୟ ସମ୍ଭାଳୁଥିଲା ସେ ପ୍ରତି ମାସରେ ବଣ୍ଟିଙ୍କୁ ପଇସା ଦେବାକୁ କହିଥିଲେ କିନ୍ତୁ ଦେଇନଥିଲେ ।

କିଛି ଦିନ ଆଗରୁ ବଣ୍ଟିଙ୍କୁ ଗାଳି ଗୁଲଜ ସହ ମାଡ଼ ମାରିଥିଲେ । ପ୍ରତିଶୋଧର ନିଆଁରେ ଜଳୁଥିଲା ଅଭିଯୁକ୍ତ ବଣ୍ଟି । ଏହାପରେ ହୋଟେଲରେ ମିଳିମିଶି ଖିଆପିଆ ପରେ ନବଘନଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ଗତ ୧୯ ତାରିଖ ଦିନ ପ୍ରାୟ ୧୧ଟା ସମୟରେ ନବଘନ ଆସିଥିଲେ ଶ୍ରୀସାଇ ଲଜ୍‌କୁ । ନବଘନ ଘାଟିକିଆରେ ଯେଉଁ ଲଜ ଭଡ଼ା ଦେଉଥିଲେ ସେଠି ରହୁଥିଲା ବଣ୍ଟି । ପୂର୍ବ ଯୋଜନା ମୁତାବକ ନବଘନକୁ ଲଜକୁ ଡକାଇଥିଲା । ସେଠାରେ ଉଭୟ ମିଶି ଖାଇଥିଲେ । ଏହାପରେ ମଦ ବୋତଲରେ ନବଘନଙ୍କ ମୁଣ୍ଡକୁ ଆକ୍ରମଣ କରି ଛୁରୀରେ ବେକକୁ କାଟି ହତ୍ୟା କରିଥିଲା ଅଭିଯୁକ୍ତ ବଣ୍ଟି । ଏହାପରେ ରାତି ପ୍ରାୟ ୧୦ଟା ସମୟରେ ମୃତଦେହକୁ ବାହାରେ ଫିଙ୍ଗି ଦେଇଥିଲା । ହତ୍ୟା ପରେ ଘର ଭିତର ରକ୍ତରେ ଭିଜିଥିଲା । ବଣ୍ଟି ଘରେ ପୋଛା ମାରି ପୁରା ସଫା କରିଦେଇଥିଲା । ସକାଳ ୧୧ଟାରୁ ହତ୍ୟା କରିବା ପରେ ରାତ୍ରି ପ୍ରାୟ ୯ଟା ବେଳକୁ ମୃତଦେହକୁ ବାହାରେ ଫିଙ୍ଗିବା ପାଇଁ ଯୋଜନା କରିଥିଲା । ପ୍ରାୟ ୧୦ଘଣ୍ଟା ଧରି ମୃତଦେହ ସହ ସେ ରହିଥିଲା ।

ଏପରିକି ହତ୍ୟା କରି ମଧ୍ୟ ବିଚଳିତ ନ ହୋଇ ସେ ହତ୍ୟାକୁ ଲୁଚାଇବା ପାଇଁ ଭରପୁର ପ୍ରୟାସ କରିଥିଲା । ପ୍ରଥମେ ବାଙ୍କବିହାରୀ ପାତ୍ର ନାମକ ଜଣେ ଡ୍ରାଇଭରକୁ ଡାକି ହରିଣ ମୃତଦେହ କହି ବାହାରେ ଫିଙ୍ଗିବା ପାଇଁ ସହଯୋଗ କରିବାକୁ କହିଥିଲା । ହେଲେ ଏଥିରେ ବାଙ୍କ ରାଜି ହୋଇନଥିଲା । ପରେ ବଣ୍ଟିର କଥା ମୁତାବକ ଲଜ ବାହାରେ ନବଘନ ରଖିଥିବା ଗାଡିକୁ ନେଇ ଚନ୍ଦ୍ରଶେଖରପୁରରେ ସୁବ୍ରତକୁ ଦେବାକୁ କହିଥିଲା । ଦ୍ୱିତୀୟ ଡ୍ରାଇଭର ବିଜୟ ନାୟକକୁ ଟଙ୍କାର ଲୋଭ ଦେଖାଇ ଜରିରେ ବନ୍ଧା ହୋଇଥିବା ହରିଣକୁ ନେଇ କି ଫିଙ୍ଗିବାକୁ କହିଥିଲା । ହେଲେ ଅତ୍ୟଧିକ ଓଜନ ହେବାରୁ ସେ ସନ୍ଦେହ କରିବାରୁ ତାକୁ କହିଥିଲା ହରିଣ ନୁହେଁ ମୃତଦେହ ବୋଲି । ତାକୁ ଅଧିକ ଟଙ୍କାର ଲୋଭ ଦେଇଥିଲା । ପରେ ଲଜର କେୟାର ଟେକରକୁ ଖାଇବା ଆଣିବା ଆଳରେ ବାହାରକୁ ପଠାଇ ସେହି ସମୟରେ ଇନୋଭା ଗାଡିରେ ଲଦି ଗୋବିନ୍ଦପୁର ଅଭିମୁଖେ ଯାଇଥିଲେ ଦୁଇ ଜଣ । ମୃତଦେହ ଫୋପାଡି ଆସିବା ପରେ ପାହାଳ ହଂସପାଳ ପାଖରେ ରକ୍ତଭିଜା ଛୁରୀ ଓ ବଣ୍ଟି ପିନ୍ଧିଥିବା କପଡାକୁ ସେଠାରେ ଫୋପାଡ଼ି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking